
ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍ ପଛରେ ଆମ୍ବୁଲାନ୍ସଟି ପିଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ଶାନ୍ତିଲତା ମିତ।
ଆହତମାନେ ହେଲେ- ଡ୍ରାଇଭର ଶଶିକାନ୍ତ ମହାନ୍ତ, ହେଲପର୍ ବିଶ୍ୱଜିତ୍ ମିଶ୍ର, ଫାର୍ମାସିଷ୍ଟ ରାଜୀବ ଲୋଚନ ମହାନ୍ତି, ରୋଗୀ ରାଜେଶ ମିତ, ରୋଗୀଙ୍କ ସମ୍ପର୍କୀୟ ଶଶିକାନ୍ତ ଚକ୍ରବର୍ତ୍ତୀ ଓ ଶଶିକାନ୍ତଙ୍କ ପତ୍ନୀ ସୁନୀତା ମିତ।
ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଆମ୍ବୁଲାନ୍ସଟି ବାଲିଆପାଳ ହାସିମପୁରରୁ ହୃଦ୍ରୋଗୀ ରାଜେଶ ମିତଙ୍କୁ ନେଇ ବାଲେଶ୍ୱର ଆସୁଥିବା ବେଳେ ସକାଳ ପ୍ରାୟ ୬ଟା ୧୫ ବେଳେ ହଳଦୀପଦା ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା।
from Odisha Reporter https://ift.tt/2zZevgf
No comments:
Post a Comment