ବେଆଇନ୍‌ ଖଣି ଖାଦାନରେ ପଶିଗଲା ପାଣି, ୧୩ ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ବେଆଇନ୍‌ ଖଣି ଖାଦାନରେ ପଶିଗଲା ପାଣି, ୧୩ ଶ୍ରମିକ ମୃତ

ଶିଲଙ୍ଗ: ମେଘାଳୟରେ ଥିବା ଏକ ବେଆଇନ୍‌ କୋଇଲା ଖଣିରେ ଅଭାବନୀୟ ଘଟଣା ଘଟିଛି। ଏକ ନଦୀ କୂଳରେ ଥିବା କୋଇଲା ଖାଦାନରେ ଅତର୍କିତ ପାଣି ପଶିଯିବାରୁ ଏହା ମଧ୍ୟରେ ଥିବା ୧୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏବେ ବି କୋଇଲା ଖଣି ମଧ୍ୟରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେହିପରି ଖଣି ଖାଦାନରେ କେତେ ଜଣ ଶ୍ରମିକ କାମ କରୁଥିଲେ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଏହା ଥାଇଲ୍ୟାଣ୍ଡ ଗୁମ୍ଫାରେ ଛୋଟ ଛୋଟ ଫୁଟବୁଲ ଖେଳାଳି ଫସି ଯାଇଥିବା ଘଟଣାକୁ ମନେ ପକାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, “ ଶିଲଙ୍ଗ ସ୍ଥିତ ଲାୟଟେଇନ୍ ନଦୀ କୂଳରେ ଥିବା ଏକ ଛୋଟ ଖଣି ଖାଦାନରେ ୩ ଦିନ ହେଲା କିଛି ଶ୍ରମିକ କାର୍ଯ୍ୟ କରୁଥିଲେ। କିନ୍ତୁ ହଠାତ୍‌ ନଦୀରେ ପାଣି ବଢ଼ିଯିବାରୁ ଏହା ନିକଟସ୍ଥ ଖଣି ଖାଦାନ ଭିତରେ ପଶି ଯାଇଥିଲା। ଫଳରେ ଏହା ମଧ୍ୟରେ ଥିବା ଶ୍ରମିକମାନେ ନଦୀ ଜଳ ଭିତରେ ବୁଡ଼ି ଯାଇଥିଲେ। ବର୍ତ୍ତମାନ ଖଣି ଖାଦାନ ମଧ୍ୟରୁ ପମ୍ପ ଦ୍ୱାରା ପାଣି ବାହାର କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

୨୦୧୪ରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ମେଘାଳୟରେ ଥିବା ସମସ୍ତ ବେଆଇନ୍‌ ଖଣି ଖାଦାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି କିଛି ସ୍ଥାନରେ ଏବେ ବି ଖଣି ଉତ୍ତୋଳନ କାର୍ଯ୍ୟ ଜାରି ରହିଛି।



from Odisha Reporter https://ift.tt/2EkdzWL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages