ସମ୍ବଲପୁରୀ ବୁଣାକାର ରାମକୃଷ୍ଣ ମେହେରଙ୍କୁ ୱାଲର୍ଡ କ୍ରାଫ୍ଟ କାଉନସିଲ୍‌ ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ସମ୍ବଲପୁରୀ ବୁଣାକାର ରାମକୃଷ୍ଣ ମେହେରଙ୍କୁ ୱାଲର୍ଡ କ୍ରାଫ୍ଟ କାଉନସିଲ୍‌ ସମ୍ମାନ

sambalpuri

ବରଗଡ଼ (ଦୀପକ ଶର୍ମା): ସମ୍ବଲପୁରୀ ବସ୍ତ୍ର ବିଶ୍ୱ ଦରବାରରେ ଶ୍ରେଷ୍ଠ ବିବେଚିତ ହୋଇଛି। ୨୧୫ଟି ବସ୍ତ୍ର ନମୁନାକୁ ପଛରେ ପକାଇ ସମ୍ବଲପୁରୀ ବସ୍ତ୍ର ଏକ ନମ୍ବର ହୋଇଛି। ଏହା କେବଳ ସମ୍ଭବ ହୋଇଛି ହସ୍ତତନ୍ତ ବିଶେଷଜ୍ଞ ତଥା ସମ୍ବଲପୁରୀ ବସ୍ତ୍ରର ପୃଷ୍ଠପୋଷକ ବରଗଡ଼ର ରାମକୃଷ୍ଣ ମେହେରଙ୍କ ପାଇଁ। ଏଥିପାଇଁ ୱାଲର୍ଡ କ୍ରାଫ୍ଟ କାଉନସିଲ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। କୁଏତରେ ଥିବା କାଉନସିଲ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଆୱାର୍ଡ ଅଫ୍‌ ଏକ୍ସେଲେନ୍ସ-୨୦୧୮ ସମ୍ମାନର ପ୍ରମାଣପତ୍ର ଆସିଛି।

ଏହା ଜଣାପଡ଼ିବା ପରେ ବରଗଡ଼ ସମେତ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ସମ୍ମାନ ପାଇଁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

ସୂଚନାଯୋଗ୍ୟ, ଏହି ସମ୍ମାନ ପାଇଁ ସାରା ବିଶ୍ୱରୁ ୨୧୫ଟି ନମୁନା ଆସିଥିଲା। ଉତ୍କର୍ଷ, ପ୍ରାମାଣିକ ସତ୍ୟତା, ନୂତନତା ଏବଂ ବିପଣନ ଆଧାରରେ ବିଚାରକମାନେ ରାମକୃଷ୍ଣଙ୍କ ନମୁନାକୁ ଶ୍ରେଷ୍ଠ ବୋଲି ବିବେଚନା କରିଥିଲେ।

ଏକ ବୁଣାକାର ପରିବାରରୁ ଆସିଥିବା ରାମକୃଷ୍ଣ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗରେ ବୈଷୟିକ କର୍ମଚାରୀ ଭାବେ କାମ କରୁଥିଲେ। ପରେ ସେ ସ୍ୱେଚ୍ଛାକୃତ ଅବସର ନେଇ ନିଜେ ନୂଆ ଡିଜାଇନ୍‌ର ସମ୍ବଲପୁରୀ ବସ୍ତ୍ର ବୁଣିବା ଆରମ୍ଭ କରିଥିଲେ। ଏହାସହ ବରଗଡ଼ ସହରରେ ମେହେର ଶାଢ଼ୀ ନାଁରେ ଏକ ସଂସ୍ଥା ଖୋଲି ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ଦିଗରେ କାମ କରିଆସିଛନ୍ତି। ପୂର୍ବରୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନ ବିଭାଗ, ଭାରତ ସରକାର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।



from Odisha Reporter https://ift.tt/2CgPxdK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages