ଫେବୃୟାରୀ ୨ରୁ ବିଜେପିର ଆଦିବାସୀ ମହାଧିବେଶନ; ଯୋଗ ଦେବେ ମୋଦି, ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଫେବୃୟାରୀ ୨ରୁ ବିଜେପିର ଆଦିବାସୀ ମହାଧିବେଶନ; ଯୋଗ ଦେବେ ମୋଦି, ଶାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀମାନଙ୍କ ପ୍ରତି ରାଜ୍ୟର ବିଜେଡି ସରକାରଙ୍କ ଉଦାସୀନତା ପ୍ରତିବାଦରେ ଆସନ୍ତା ଫେବୃୟାରୀ ୨ ଓ ୩ ତାରିଖ ଦୁଇଦିନ ଧରି ଆଦିବାସୀ ମହାଧିବେଶନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ।

ଆଜି ଏ ସମ୍ପର୍କରେ ଦଳୀୟ କାର୍ଯ୍ୟାଳୟରେ ସୂଚନା ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କହିଛନ୍ତି ଯେ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ଆଧାର କରି ଏହି ମହା ଅଧିବେଶନ ଡାକରା ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ୫ହଜାରରୁ ଅଧିକ ଆଦିବାସୀ ନେତା, ମନ୍ତ୍ରୀ ଓ ପଦାଧିକାରୀ ଯୋଗ ଦେବେ। ସେହିପରି ଫେବୃୟାରୀ ୩ ତାରିଖରେ ରାଜ୍ୟର ଆଦିବାସୀଙ୍କର ଏକ ବିଶାଳ ର‌୍ୟାଲି ଆୟୋଜିତ ହେବ। ଏଥିରେ ସମଗ୍ର ରାଜ୍ୟରୁ ପ୍ରାୟ ୧ଲକ୍ଷ ଆଦିବାସୀ ଯୋଗ ଦେବା ନିମନ୍ତେ ଯୋଜନା କରାଯାଉଛି।

ଆଦିବାସୀଙ୍କୁ ସାମ୍ବିଧାନିକ ଓ ମୌଳିକ ଅଧିକାର ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ବିଫଳତାର ପ୍ରତିବାଦରେ ଏହି ବିଶାଳ ର‌୍ୟାଲି ହେବ। ଆଦିବାସୀଙ୍କୁ ଜଙ୍ଗଲ ପଟ୍ଟା ବଣ୍ଟା ଯାଉଛି କିନ୍ତୁ ସେମାନେ ଜମି ପାଉନାହାନ୍ତି। ଜାତିଗତ ପ୍ରମାଣପତ୍ର ପାଇବାରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସ୍ୱତନ୍ତ୍ର ବିକାଶ ପରିଷଦ ନାଁରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ରାଜ୍ୟ ସରକାର ପଛାଇ ନାହାନ୍ତି। ଜିଲ୍ଲା ପରିଷଦରେ ୫୦ ପ୍ରତିଶତ ମହିଳା ଥାଇ ମଧ୍ୟ ସେମାନଙ୍କୁ ଅଧିକାର ମିଳୁନଥିବା ବେଳେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କେବଳ ଏକ ତାମସା ବୋଲି ଶ୍ରୀ ଓରାମ କହିଛନ୍ତି।



from Odisha Reporter https://ift.tt/2rCgeU6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages