ହକି ବିଶ୍ୱକପ୍‌: କଳିଙ୍ଗରେ ଇତିହାସ ରଚିଲା ଫ୍ରାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ହକି ବିଶ୍ୱକପ୍‌: କଳିଙ୍ଗରେ ଇତିହାସ ରଚିଲା ଫ୍ରାନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍‌ ହକି ଖେଳୁଥିବା ଫ୍ରାନ୍ସ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଛି। ଫ୍ରାନ୍ସ ହକି ବିଶ୍ୱକପ୍‌ର ଦ୍ୱିତୀୟ କ୍ରସଓଭର ମ୍ୟାଚ୍‌ରେ ଚୀନ୍‌କୁ ୧-୦ରେ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଦଳ କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱର ୧ ନଂ ଦଳ ଅଷ୍ଟ୍ରେଲିଆକୁ ଭେଟିବ।
ମ୍ୟାଚ୍‌ ଆରମ୍ଭରୁ ଫ୍ରାନ୍ସ ଓ ଚୀନ୍‌ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଉଭୟ ଦଳ ପୂରା ଡିଫେନ୍ସସିଭ୍ ଖେଳ ପ୍ରଦର୍ଶନ କରିଥିଲେ। ଫଳରେ ପ୍ରଥମ କ୍ୱାର୍ଟରଟି ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଦୁଇ ଦଳ ଧିମା ଖେଳ ପ୍ରଦର୍ଶନ କରିଥିଲେ। ୨୨ତମ ମିନିଟ୍‌ରେ ଫ୍ରାନ୍ସ ଗୋଲ କରିବାର ସୁଯୋଗ ସୃଷ୍ଟି କରିଥିଲେ ହେଁ ଏହା ସଫଳ ହୋଇପାରି ନଥିଲା। ହାଫ୍‌ ଟାଇମ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ଟି ଗୋଲ ଶୂନ୍ୟ ରହିଥିଲା।

ତୃତୀୟ କ୍ୱାର୍ଟର ଆରମ୍ଭରୁ ଚୀନ୍‌ ଆକ୍ରମଣ କରି ଫ୍ରାନ୍ସ ଗୋଲ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା। ମ୍ୟାଚ୍‌ର ୩୩ତମ ମିନିଟ୍‌ରେ ଚୀନ୍‌ ଷ୍ଟ୍ରାଇକର୍‌ ଗୋଲ କରିବାକୁ ଚେଷ୍ଟା କରିଥିଲେ ହେଁ ଏହାକୁ ଫ୍ରାନ୍ସ ଗୋଲ କିପର ରୋକି ଦେଇଥିଲେ। ତେବେ ମ୍ୟାଚ୍‌ର ୩୬ତମ ମିନିଟ୍‌ରେ ଫ୍ରାନ୍ସକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଟିମୋଥି କ୍ଲିମେଣ୍ଟ ଗୋଲରେ ପରିଣତ କରି ଦଳକୁ ମ୍ୟାଚ୍‌ରେ ପ୍ରଥମଥର ପାଇଁ ଅଗ୍ରଣୀ ଦେଇଥିଲେ।

୩୭ତମ ମିନିଟ୍‌ରେ ଚୀନ୍‌କୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ଏହା ଗୋଲରେ ପରିଣତ ହୋଇପାରି ନଥିଲା। ଶେଷରେ ୩ୟ କ୍ୱାର୍ଟର ସୁଦ୍ଧା ଫ୍ରାନ୍ସ ୧-୦ରେ ଆଗରେ ରହିଥିଲା।

୪ର୍ଥ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ସଂଘର୍ଷ କରିଥିଲେ। ଫ୍ରାନ୍ସକୁ ୪୮ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଦଳ ପୁଣିଥରେ ଗୋଲ କରିବାରେ ବିଫଳ ହୋଇଥିଲା। ଚୀନ୍‌ ମଧ୍ୟ ଶେଷ ୨ ମିନିଟ୍‌ରେ ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିପାରି ନଥିଲା। ଶେଷରେ ଦଳ ୧-୦ରେ ପରାସ୍ତ ହୋଇଥିଲା।



from Odisha Reporter https://ift.tt/2E9QWUS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages