ଆସନ୍ତାକାଲି ଆସିବ ୫ ରାଜ୍ୟର ଭୋଟ ଫଳାଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଆସନ୍ତାକାଲି ଆସିବ ୫ ରାଜ୍ୟର ଭୋଟ ଫଳାଫଳ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। ଏଥିପାଇଁ ଏବେଠାରୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ସାରା ଦେଶ ଏବେ ଏହା ଉପରେ ନଜର ରଖିଛି।

ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ ରିପୋର୍ଟ ପ୍ରକାଶ ପାଇଥିଲା। ଏକଜିଟ୍‌ ପୋଲ୍ ସର୍ଭେରେ ରାଜସ୍ଥାନରେ କଂଗ୍ରେସ ୫ ବର୍ଷ ପରେ ପୁଣି କ୍ଷମତା ଦଖଲ କରିବାର ପୂର୍ବାନୁମାନ କରାଯାଇଛି। ସେହିପରି ତେଲେଙ୍ଗାନାରେ କେ ଚନ୍ଦ୍ର ଶେଖର ରାଓ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଛି। କିନ୍ତୁ ମଧ୍ୟପ୍ରଦେଶ ଏବଂ ଛତିଗଡ଼ରେ କିଏ ବାଜିମାତ କରିବ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏହି ଦୁଇ ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ କଂଗ୍ରେସ କଡ଼ା ଟକ୍କର ଦେବ ବୋଲି ଏକଜିଟ୍‌ ପୋଲରେ କୁହାଯାଇଛି।

ତେଣୁ ଜନମତ କାହା ସମପକ୍ଷରେ ଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିବ।



from Odisha Reporter https://ift.tt/2C0B4CO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages