ଭୁବନେଶ୍ୱରରୁ ଯାଇଥିଲେ ସାନଘାଗରା: ପିଟିଦେଲା ଟ୍ରକ୍‌, ମାଆ-ପୁଅ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଭୁବନେଶ୍ୱରରୁ ଯାଇଥିଲେ ସାନଘାଗରା: ପିଟିଦେଲା ଟ୍ରକ୍‌, ମାଆ-ପୁଅ ମୃତ

କେନ୍ଦୁଝର (ପ୍ରଣୟ କୁମାର ପାଣି): ପିକ୍‌ନିକ୍‌ ସାରି ଖୁସି ମନରେ ସପରିବାରେ ଘରକୁ ଫେରୁଥିଲେ। କିନ୍ତୁ କ୍ଷଣକ ଭିତରେ ସବୁ ଖୁସି ଶୋକରେ ପରିଣତ ହୋଇଗଲା। ଅଚାନକ ଦାନବ ପରି ମାଡ଼ିଆସିଥିବା ଏକ ଟ୍ରକ୍‌ ଧକ୍କାରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଘଟଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଆଇଗିଣିଆର ସୁନ୍ଦରରାୟ ପରିବାରର ୮ ଜଣ ସଦସ୍ୟ ଏକ ଟାଭେରା ଗାଡ଼ିରେ ପିକ୍‌ନିକ୍‌ କରିବା ପାଇଁ ସାନଘାଗରା ଯାଇଥିଲେ। ସେଠାରୁ ପିକ୍‌ନିକ୍‌ ସାରି ସେମାନେ ଫେରୁଥିଲେ। ତେବେ ଘଟଗାଁ ଥାନା ଢ଼େଙ୍କିକୋଟ ପେଟ୍ରୋଲ ପମ୍ପ ନିକଟରେ ସମ୍ମୁଖରୁ ଏକ ଟ୍ରକ୍‌ ଯମଦୂତ ପରି ମାଡ଼ି ଆସି ଟାଭେରାକୁ ଧକ୍କା ଦେଇଥିଲା। କ୍ଷଣକ ଭିତରେ ଚାଲିଗଲା ମା ଅପର୍ଣ୍ଣା ସୁନ୍ଦରରାୟ ଓ ପୁଅ ସ୍ମୃତିରଞ୍ଜନ ସୁନ୍ଦରରାୟଙ୍କର ଜୀବନ।

ଦୁର୍ଘଟଣାରେ ଚାଳକ ସହ ପରିବାରର ୭ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ଘଟଗାଁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଏବେ ମଧ୍ୟ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।



from Odisha Reporter http://bit.ly/2GK5DBc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages