ବଢ଼ିଲା କେବଲ ଓ ଡିଟିଏଚ୍ ଉପଭୋକ୍ତାଙ୍କ ଚ୍ୟାନେଲ ଚୟନ ସମୟ ସୀମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ବଢ଼ିଲା କେବଲ ଓ ଡିଟିଏଚ୍ ଉପଭୋକ୍ତାଙ୍କ ଚ୍ୟାନେଲ ଚୟନ ସମୟ ସୀମା

ନୂଆଦିଲ୍ଲୀ: ଏଣିକି ଉପଭୋକ୍ତା ଯେଉଁ ଚ୍ୟାନେଲ ଦେଖିବେ କେବଳ ସେଇ ଚ୍ୟାନେଲ ପାଇଁ ପଇସା ଦେବେ। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ‘ଟ୍ରାଇ’ର ନୂଆ ଟାରିଫ୍ ନୀତି ଅନୁଯାୟୀ ଏହି ବ୍ୟବସ୍ଥା ଆସନ୍ତାକାଲିଠାରୁ ଲାଗୁ ହେବ। ଚ୍ୟାନେଲ ଚୟନ ପାଇଁ ପୂର୍ବରୁ ଘୋଷିତ ଶେଷ ତାରିଖ ୨୯ ଡିସେମ୍ବରକୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଉପଭୋକ୍ତାମାନେ ଫେବୃଆରୀ ୧ରୁ ନିଜ ପସନ୍ଦର ଚ୍ୟାନେଲ ଦେଖିପାରିବେ ଏବଂ ସେହି ଚ୍ୟାନେଲଗୁଡ଼ିକ ପାଇଁ ହିଁ ଅର୍ଥ ଦେବେ।

ଚ୍ୟାନେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସ୍ପଷ୍ଟତା ଆଣିବା ଲାଗି ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ୱାରା କେବଲ ଓ ଡିଟିଏଚ୍ ଅପରେଟରଙ୍କ ସହ ଉପଭୋକ୍ତା ବି ଉପକୃତ ହେବେ ବୋଲି ଟ୍ରାଇ ଯୁକ୍ତି ଦର୍ଶାଇଛି। କେବଲ ଅପରେଟର ଏହି ବ୍ୟବସ୍ଥାକୁ ସ୍ୱାଗତ କରିଥିଲେ ବି ଏହାଦ୍ୱାରାଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ଉପରେ ବୋଝ ପଡ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି।

ଟ୍ରାଇର ନୂଆ ଦର ନିର୍ଦ୍ଧାରଣ ବ୍ୟବସ୍ଥା ଅନୁଯାୟୀ କେବଲ ଓ ଡିଟିଏଚ୍ ଉପଭୋକ୍ତା ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିପାରିବେ। ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିହେବ।

ତେବେ ପେ-ଚ୍ୟାନେଲ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଯେଉଁ ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେଇ ଚ୍ୟାନେଲ ପାଇଁ ହିଁ ପଇସା ଦେବେ। ପ୍ରତି ଚ୍ୟାନେଲର ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି। ଅପରେଟରମାନେ ଗ୍ରାହକଙ୍କ ସୁବିଧା ଲାଗି ପ୍ରତି ଚ୍ୟାନେଲର ଦର ପ୍ରଦର୍ଶିତ କରିବେ। ନୂଆ ନିୟମ ଦ୍ୱାରା ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଯେଉଁ ଅଭିଯୋଗ ହେଉଛି, ତାକୁ ଟ୍ରାଇ ପକ୍ଷରୁ ଖଣ୍ଡନ କରାଯାଇଛି।

ନୂଆ ନିୟମ ଲାଗୁ ହେବାକୁ ଯାଉଥିବାରୁ ଡିସେମ୍ବର ୨୯ ତାରିଖରୁ ଜଣେ ଉପଭୋକ୍ତା ନିଜ ପସନ୍ଦର ଚ୍ୟାନେଲ ଦେଖିପାରିବେ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଟ୍ରାଇ ଖଣ୍ଡନ କରିଛି। ଉପଭୋକ୍ତା କିପରି ନୂଆ ବ୍ୟବସ୍ଥାରେ ସାମିଲ ହେବେ ଓ ନିଜ ପସନ୍ଦର ଚ୍ୟାନେଲ ବିନା କୌଣସି ବାଧାରେ ଦେଖିପାରିବେ ସେନେଇ ବିସ୍ତୁତ ମାଇଗ୍ରେସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ କେବଲ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଟ୍ରାଇ କହିଛି।



from Odisha Reporter http://bit.ly/2Tdfe4I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages