୨୦୧୯ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଏହି ରାଷ୍ଟ୍ରନେତା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

୨୦୧୯ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଏହି ରାଷ୍ଟ୍ରନେତା!

ନୂଆଦିଲ୍ଲୀ: ଆଗାମୀ ଗଣତନ୍ତ୍ର ଦିବସରେ ଅର୍ଥାତ ୨୬ ଜାନୁଆରୀ ୨୦୧୯ରେ ମୁଖ୍ୟ ଅତିଥି ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଅମଙ୍ଗ ହେବାପରେ ଦକ୍ଷିଣ ଆଫ୍ରିକା ସିରିଲ୍ ରାମ୍ଫୋସାଙ୍କ ନାମ ଏଥିପାଇଁ ଏବେ ଚର୍ଚ୍ଚାକୁ ଆସିଛି।

ଆର୍ଜେଣ୍ଟିନାରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାଙ୍କୁ ନିମନ୍ତ୍ରଣ କରିଛନ୍ତି।

ଟ୍ରମ୍ପ ପ୍ରଶାସନିକ ବ୍ୟସ୍ତତା ଦେଖାଇ ଆସିବେ ନାହିଁ କହିଥିଲେ। ଏହାପରେ ଭାରତରେ ବିଭିନ୍ନ ମହଲରୁ ସମାଲୋଚନାର ସୁଅ ଛୁଟିଥିଲା।

ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ଟି ଦକ୍ଷିଣ-ଏସୀୟ ଦେଶର ମୁଖ୍ୟ ମଧ୍ୟ ଅତିଥି ଯୋଗ ଦେବାର ଅଛି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥାଇଲ୍ୟାଣ୍ଡ, ଭିଏତ୍ନାମ୍, ଇଣ୍ଡୋନେସିଆ, ମ୍ୟାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ମ୍ୟାଁମାର, କାମ୍ବୋଡିଆ, ଲାଓସ୍ ଏବଂ ବ୍ରୁନେଇ।

୧୯୫୦ ମସିହା ପ୍ରଥମ ଗଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମୁଖ୍ୟ ଅତିଥି ହୋଇଥିଲେ ଏବଂ ଏହା ପରଠାରୁ ଏହି ପରମ୍ପରା ବଳବତ୍ତର ରହିଛି।



from Odisha Reporter https://ift.tt/2PaUA2M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages