
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜିକାଲି ଘରର ମୁଖ୍ୟ ଦ୍ୱାରରେ କଲିଂ ବେଲ୍ ଲଗାଇବା ଏକପ୍ରକାର ଜରୁରୀ। ତେବେ ଘରର ଅନ୍ୟାନ୍ୟ ସାମଗ୍ରୀ ଭଳି ଏହି କଲିଂ ବେଲ୍ ଲଗାଇବା ପାଇଁ ମଧ୍ୟ ବାସ୍ତୁ ଶାସ୍ତ୍ରରେ ଆବଶ୍ୟକ ପରାମର୍ଶ ଦିଆଯାଇଛି। ବାସ୍ତୁ ଶାସ୍ତ୍ରର ପରାମର୍ଶ ଅଣଦେଖା କରି କଲିଂ ବେଲ୍ ଲଗାଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବାର ଆଶଙ୍କା ରହିଥାଏ।
ଏପରିକି ଏହି କଲିଂ ବେଲ୍ ଘରର ସଦସ୍ୟମାନଙ୍କ ମସ୍ତିଷ୍କରେ କୁପ୍ରଭାବ ପକାଇବାର ଆଶଙ୍କା ଥାଏ। କୁହାଯାଇଛି, କଲିଂ ବେଲ୍ ଲଗାଇବାରେ ବାସ୍ତୁ ଦୋଷ ରହିଲେ, ପରିବାରର ସଦସ୍ୟମାନଙ୍କ ସ୍ୱଭାବ ଚିଡ଼ି ଚିଡ଼ା ହୋଇଥାଏ। ଆଉ ପରିବାର ଲୋକଙ୍କ ଭିତରେ ବିବାଦ ମଧ୍ୟ ସୃଷ୍ଟି ହୋଇଥାଏ।
ଏବେ ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କଲିଂ ବେଲ୍ ଲଗାଇବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ।
ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାରରେ କଲିଂ ବେଲ୍ ଚଟାଣରୁ ପାଖାପାଖି ପାଞ୍ଚ ଫୁଟ୍ ଉଚ୍ଚରେ ଲଗାଇବା ଉଚିତ୍।
ସେହିପରି ଘରର ନାମଫଳକ ଏହି କଲିଂ ବେଲ୍ର ଉପରେ ରହିବା ଆବଶ୍ୟକ। ଏପରି କଲେ, ପରିବାରର ମୁଖିଆଙ୍କୁ ଯଶ ଓ ସମ୍ମାନ ମିଳିଥାଏ। ଏହା ଛଡ଼ା ଘରେ ସକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିବା ଦ୍ୱାରା ଖୁସିର ବାତାବରଣ ରହିଥାଏ ଏବଂ ପରିବାର ଲୋକେ ମିଳିମିଶି ରହିଥା’ନ୍ତି।
from Odisha Reporter https://ift.tt/2DYXPZ0
No comments:
Post a Comment