୫ ଜି ନେଟୱର୍କ ଆସିଲେ ଲୋପ ପାଇଯିବେ ବହୁ ପଶୁପକ୍ଷୀ ବଂଶ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

୫ ଜି ନେଟୱର୍କ ଆସିଲେ ଲୋପ ପାଇଯିବେ ବହୁ ପଶୁପକ୍ଷୀ ବଂଶ !

ନୂଆଦିଲ୍ଲୀ: ୪ ଜି ନେଟୱର୍କର ମଜା ନେବା ପରେ ଏବେ ବିଶ୍ୱ ୫ ଜି ନେଟୱର୍କର ପ୍ରଚଳନ ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି। ୫ ଜି ନେଟୱର୍କକୁ ପ୍ରଚଳନ କରିବା ପାଇଁ କେବଳ ଭାରତ ନୁହେଁ ବିଭିନ୍ନ ରାଷ୍ଟ୍ରର ଟେଲି କମ୍ପାନୀ ଗୁଡ଼ିକ ପରୀକ୍ଷାନିରୀକ୍ଷା କରୁଛନ୍ତି। କିନ୍ତୁ ୫ ଜି ନେଟୱର୍କ ଦ୍ୱାରା ଦୁନିଆକୁ ବଦଳାଇ ଦେବା ଭଳି କଥା କହୁଥିବା କମ୍ପାନୀଗୁଡ଼ିକର ଏଭଳି ଉଦ୍ୟମ ଆମ ଚାରିପଟେ ରହିଥିବା ଜୀବଜନ୍ତୁଙ୍କ ଜୀବନ ଘୋର ବିପଦ ସୃଷ୍ଟି କରିବ।

ଏବେଠାରୁ ଏହାର ପ୍ରଭାବ ମଧ୍ୟ ବିଭିନ୍ନ ରାଷ୍ଟ୍ରରେ ପଡ଼ିବା ଆରମ୍ଭ କରିଛି। ତେବେ ୫ଜିକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ୫ ଜି ନେଟୱର୍କ ପ୍ରଚଳନ ପାଇଁ ପରୀକ୍ଷା କରୁଥିବା ବେଳେ ଏଥିରୁ ନିର୍ଗତ ରେଡିଏସନ ବା ବିକିରଣ ପ୍ରାୟ ୩୦୦ ପକ୍ଷୀଙ୍କ ଜୀବନ ନେଇଛି। ନେଦରଲ୍ୟାଣ୍ଡସ୍‌ର ହେଗ୍‌ ସହରରେ ଏଭଳି ଘଟଣା ଘଟିବା ପରେ ସାରା ବିଶ୍ୱରେ ୫ ଜି ନେଟୱର୍କଙ୍କୁ ନେଇ ଚହଳ ସୃଷ୍ଟି ହୋଇଛି।

ଭାରତରେ ଆସନ୍ତା ବର୍ଷ କିଛି କମ୍ପାନୀ ୫ ଜି ନେଟୱର୍କକୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରିବାକୁ ଯୋଜନା କରୁଥିବା ବେଳେ ଏଭଳି ତଥ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

୫ ଜି ନେଟୱର୍କର ପରୀକ୍ଷା ବେଳେ ଗଲା ୨୯୭ ପକ୍ଷୀଙ୍କ ଜୀବନ

ଗୋଟିଏ ସପ୍ତାହ ତଳେ ନେଦରଲ୍ୟାଣ୍ଡସ୍‌ର ହେଗ ସହରରେ ଅଚାନକ ବହୁସଂଖ୍ୟକ ପକ୍ଷୀ ରାସ୍ତାରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ ଏଠାରେ ଏକ ସ୍ଥାନରେ ୫ ଜି ନେଟୱର୍କର ପରୀକ୍ଷଣ କରାଯାଉଥିବା କାରଣରୁ ୨୮୭ଟି ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହି ୨୯୭ଟି ପକ୍ଷୀଙ୍କ ମଧ୍ୟରୁ ୧୫୦ଟି ପକ୍ଷୀ ୫ ଜି ନେଟୱର୍କ ପ୍ରଚଳନ ବେଳେ ନିର୍ଗତ ରେଡିଏସନ କ୍ଷେତ୍ର ମଧ୍ୟକୁ ଆସିବା କ୍ଷଣି ତୁରନ୍ତ ପ୍ରାଣ ହରାଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ବାକି ପକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ରେଡିଏସନର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକାଧିକ ହ୍ରଦରେ ଜଳକ୍ରୀଡ଼ା କରୁଥିବା ହଂସ ଓ ବତକମାନେ ପାଣିରେ ବୁଡ଼ି ନିଜକୁ ଏଥରୁ ରକ୍ଷା କରିଥିଲେ। ମୃତ ପକ୍ଷୀମାନଙ୍କ ଆଭ୍ୟନ୍ତରୀଣ ରକ୍ତକ୍ଷରଣ ଯୋଗୁ ମୃତ୍ୟୁ ହୋଇଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ଏହି ତଥ୍ୟ ଆସିବା ପରେ ଭାରତରେ କେମିତି ଏହାର ପ୍ରଚଳନ କରାଯିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ ମତରେ ୫ ଜି ନେଟୱର୍କ ପ୍ରଚଳନ ହେଲେ ବିଶ୍ୱରୁ ପଶୁ ପକ୍ଷୀଙ୍କ ବଂଶ ଲୋପ ପାଇଯିବ।

ଏହି ନେଟୱର୍କରୁ ନିର୍ଗତ ବିଶାକ୍ତ ରେଡିୟସ ସହ୍ୟ କରିବାର କ୍ଷମତା ପକ୍ଷୀମାନଙ୍କର ନାହିଁ। ଏହି ନେଟୱର୍କରୁ ନିର୍ଗତ ରେଡିଏସନର ମାତ୍ରା ସହ୍ୟ କରିବାର କ୍ଷମତା ପକ୍ଷୀ ଓ କେତେକ ପ୍ରଜାତିର ପଶୁମାନଙ୍କର ନାହିଁ। ଫଳରେ ସେମାନେ ମୃତ୍ୟୁମୁଖରେ ପଡ଼ିବା ସୁନିଶ୍ଚିତ।



from Odisha Reporter https://ift.tt/2G4RtKF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages