ସାବଧାନ ଗାଡ଼ି ଚାଳକ, ଆସିଲା ନୂଆ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ସାବଧାନ ଗାଡ଼ି ଚାଳକ, ଆସିଲା ନୂଆ ନିୟମ

bike rally in coimbatore

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଡ଼ି ଚାଳକ ସାବଧାନ ହୋଇଯାଆନ୍ତୁ। କାରଣ ପରିବହନ ବିଭାଗରେ ଏବେ ଯୋଡ଼ି ହୋଇଛି ଇ-ଚାଲାଣ ବ୍ୟବସ୍ଥା। ଏଣିକି ଟ୍ରାଫିକ ଆଇନ ଉଲ୍ଲଙ୍ଘନ ପାଇଁ କ୍ୟାଶ ନୁହେଁ, ଅନ୍‌ଲାଇନ୍‌ ଯୋଗେ କ୍ରେଡିଟ୍‌ ଓ ଡେବିଟ କାର୍ଡରୁ ଆଦାୟ ହେବ ଜରିମାନା। ଏପରିକି ଆଣ୍ଡ୍ରଏଡ୍‌ ମେସିନ ମାଧ୍ୟମରେ ଆଦାୟ ହେବ ଟ୍ୟାକ୍ସ ଓ ଜରିମାନା। ଏଥିପାଇଁ ଏଭଳି ୧୯୫ ମେସିନକୁ ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।

ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ।

ଏହି ଡିଭାଇସ୍‌ର ସ୍ୱତନ୍ତ୍ରତା ହେଉଛି, ଚାଳକ ଓ ଗାଡ଼ିର ମୋଟରଯାନ ଆଇନ ସମ୍ପର୍କିତ ଅପରାଧ ଅନ୍‌ଲାଇନ୍‌ରେ ଉପଲବ୍ଧ ରହିବ। ଫଳରେ ଗାଡ଼ିର ପଲ୍ୟୁସନ୍‌ ମାତ୍ରା, ଟ୍ୟାକ୍ସ ଆଦି ଆନୁସଙ୍ଗିକ ବ୍ୟବସ୍ଥା ଠିକଠାକ ରହିଛି ନା ନାହିଁ, ତାହା ଜାଣିହେବ। ବାରମ୍ବାର ମୋଟର ଯାନ ଆଇନ ଉଲ୍ଲଂଘନ କରୁଥିଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଅଧିକ ଜରିମାନା ଆଦାୟ ହେବ। ଅନ୍‌ ଦି ସ୍ପଟ୍‌ରେ ଲୋକଙ୍କୁ ମୋଟର ଯାନ ଯାଞ୍ଚ ରିପୋର୍ଟ ଦିଆଯିବ।

ଡେବିଟ ଓ କ୍ରେଡିଟ କାର୍ଡ ଜରିଆରେ ଡିଜିଟାଲ ଇ-ଚାଲାଣ ବ୍ୟବସ୍ଥା ଓଡ଼ିଶାରେ ପ୍ରଥମ। ଏହି ଡିଭାଇସ୍‌ ବହୁ ପରିମାଣରେ ଟ୍ରାଫିକ ଶୃଙ୍ଖଳା ଆଣିବା ସଙ୍ଗେସଙ୍ଗେ କିଛି ଅଂଶରେ ଦୁର୍ଘଟଣା ହାର ରୋକିପାରିବ ବୋଲି ଟ୍ରାନ୍ସପୋର୍ଟ କମିଶନର ସଂଜୀବ ପଣ୍ଡା କହିଛନ୍ତି।



from Odisha Reporter https://ift.tt/2EeqCtT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages