କୃଷି ଋଣ ଛାଡ଼ ଓ ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଭର୍ତ୍ସନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

କୃଷି ଋଣ ଛାଡ଼ ଓ ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଭର୍ତ୍ସନା

niranjana

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୃଷି ଋଣ ଛାଡ଼ ଓ ଯୁବକଙ୍କୁ ନିଯୁକ୍ତିକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଦୁଇ ସରକାର ନିଯୁକ୍ତି ପାଇଁ ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ନିରଞ୍ଜନ କହିଛନ୍ତି, “ବର୍ଷକୁ ଲକ୍ଷେ ଯୁବକଙ୍କୁ ଚାକିରି ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସାଢ଼େ ୪ ବର୍ଷ ପରେ ବି ଏନେଇ ସାମାନ୍ୟ ପଦକ୍ଷେପ ନେଇନାହାନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସ୍ୱପ୍ନ ଦେଖାଇଥିଲେ। ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ। ଏହାଛଡ଼ା ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନ ବେଳେ ଓଡ଼ିଶାର ଯୁବକଙ୍କୁ ଏଠାରେ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସବୁ ପାଣିର ଗାର ହୋଇଯାଇଛି।”

ତିନି ରାଜ୍ୟରେ ବିଜେପିର ପରାଜୟ ନେଇ ବିଜେଡିର ମନ୍ତବ୍ୟ ଉପରେ ମଧ୍ୟ ମତ ଦେଇଛନ୍ତି ନିରଞ୍ଜନ। ସେ କହିଛନ୍ତି, “ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱାମୀନାଥନ କମିଟିର ସୁପାରିସ ଲାଗୁ କରିନଥିବାରୁ ଚାଷୀଙ୍କ ଆକ୍ରୋଶର ଶୀକାର ହୋଇ ପରାଜୟ ବରଣ କଲେ ବୋଲି ବିଜେଡି କହିଥିଲା। ତେବେ ରାଜ୍ୟ ସରକାର ନିଜେ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ କରିଛନ୍ତି କି ?”

ନିରଞ୍ଜନଙ୍କ ଏପରି ଅଭିଯୋଗକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“ ଚାଷୀଙ୍କୁ ବୋନସ୍ ଦେବାରେ କେନ୍ଦ୍ର ଲକ୍ଷ୍ମଣରେଖା ଟାଣିଛି। ଯଦି ବୋନସ୍ ଦେଉଛୁ, ତେବେ ଏଫ୍‌ସିଆଇ ଆମଠାରୁ ଚାଉଳ କିଣିବନି।”

ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ କଂଗ୍ରେସ୍‌ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କଂଗ୍ରେସ୍‌କୁ ଟାର୍ଗେଟ କରିଛନ୍ତି।



from Odisha Reporter http://bit.ly/2BxC1RJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages