ଶୋଷଣ ସାଙ୍ଗକୁ ମିଳୁନି ଉଚିତ ମୂଲ୍ୟ: ପଡ଼ୋଶୀ ରାଜ୍ୟକୁ ମୁହାଁଉଛନ୍ତି ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଶୋଷଣ ସାଙ୍ଗକୁ ମିଳୁନି ଉଚିତ ମୂଲ୍ୟ: ପଡ଼ୋଶୀ ରାଜ୍ୟକୁ ମୁହାଁଉଛନ୍ତି ଚାଷୀ

dhana-mandi

ଭୁବନେଶ୍ୱର (ଭୁବନେଶ୍ୱର): ଧାନ ମଣ୍ଡିରେ ଶୋଷଣ ସାଙ୍ଗକୁ କମ୍ ସହାୟକ ମୂଲ୍ୟକୁ ନେଇ ଯୁଝୁଥିବା ଓଡ଼ିଶାର ଚାଷୀ ଏବେ ପଡ଼ୋଶୀ ରାଜ୍ୟକୁ ମୁହାଁଇବାରେ ଲାଗିଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାରଖଣ୍ଡରେ ଧାନ ବିକିବାକୁ ଅଧିକ ଲାଭକାରୀ ମଣୁଛନ୍ତି। ଏହାର ଫାଇଦା ନେଉଛନ୍ତି ପଡ଼ୋଶୀ ରାଜ୍ୟର ବେପାରୀ।

ଓଡ଼ିଶା ଚାଷୀଙ୍କ ଧାନ ଉପରେ ପଡ଼ୋଶୀ ରାଜ୍ୟର ବେପାରୀଙ୍କ ଆଖି ପଡ଼ିବା ମଧ୍ୟ ସ୍ୱାଭାବିକ। କାରଣ ଠିକ୍ ସମୟରେ ମଣ୍ଡି ନଖୋଲିବା, ଖୋଲିଥିବା ମଣ୍ଡିରେ ଶୋଷଣ ଏବଂ ଧାନର ଅଣ୍ଡର ରେଟ୍ ଭଳି ସସସ୍ୟାରେ ଧନ୍ଦି ହେଉଥିବା ଓଡ଼ିଶାର ଚାଷୀ ଏବେ ପଡ଼ୋଶୀ ରାଜ୍ୟର ମଣ୍ଡି ପ୍ରତି ଆକୃଷ୍ଟ ହେଉଛନ୍ତି।

ଛତିଶଗଡ଼ ସରକାର ନିକଟରେ ଧାନ କୁଇଣ୍ଟାଲ ପିଛା ୨୫ଶହ ଟଙ୍କାକୁ ବଢ଼ାଇଥିବା ବେଳେ ପଶ୍ଚିମବଙ୍ଗରେ ବି ରେଟ୍ ୧୭୫୦ ଟଙ୍କା ରହିଛି। ତେଣୁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଚାଷୀମାନେ ଏବେ ପଡ଼ୋଶୀ ରାଜ୍ୟର ମଣ୍ଡି ଏବଂ ଦଲାଲଙ୍କୁ ଧାନ ବିକିବାକୁ ଶ୍ରେୟ ମଣୁଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ମଣ୍ଡି ଖୋଲି ନ ଥିବାରୁ ଚାଷୀ ପଡ଼ୋଶୀ ପଶ୍ଚିମବଙ୍ଗର ବେପାରୀଙ୍କୁ ଧାନ ବିକୁଥିବା ଅଭିଯୋଗ ହେଉଛି।

ସେହିଭଳି ବାଲେଶ୍ୱର ଜିଲାର ଜଳେଶ୍ୱର, ଭୋଗରାଇ, ବସ୍ତା ପ୍ରଭୃତି ବ୍ଲକ୍‌ର ଚାଷୀମାନେ ପଶ୍ଚିମବଙ୍ଗର ସୁନାକଣିଆ ଓ ବେଲଦା ଅଞ୍ଚଳର ବଡ଼ ମିଲରଙ୍କୁ ସେମାନଙ୍କର ଧାନ ଏକ ହଜାରରୁ ୧୨ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି।

ମଣ୍ଡି ସମସ୍ୟାକୁ ନେଇ ତେଜୁଛି ରାଜନୀତି

ତେଣେ ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ତେଜିଛି ରାଜନୀତି। ଓଡ଼ିଶା ସରକାର ଛତିଶଗଡ଼ଠୁ କିଛି ଶିଖନ୍ତୁ ନଚେତ୍ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ମିଲର, ଅଫିସର ଓ ନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ଦୁର୍ଦ୍ଦଶାରେ ଅଛି ବୋଲି ବିଜେପି ଅଭିଯୋଗ କରିଛି।

ତେବେ ଚିରାଚରିତ ଢଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି। ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “କେନ୍ଦ୍ରର ଲକ୍ଷ୍ମଣରେଖା ଯୋଗୁ ଚାଷୀଙ୍କ ସମସ୍ୟା ସମାଧାନରେ ଅସୁବିଧା ହେଉଛି।”



from Odisha Reporter http://bit.ly/2QI1tyn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages