ଫେସବୁକ୍‌ ପ୍ରେମିକ ପାଇଁ ମା’କୁ ମାରିଦେଲା ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଫେସବୁକ୍‌ ପ୍ରେମିକ ପାଇଁ ମା’କୁ ମାରିଦେଲା ଝିଅ

ଚେନ୍ନାଇ: ଫେସବୁକ୍‌ରୁ ପରିଚୟ, ପ୍ରେମ ଏବଂ ପ୍ରତିଶ୍ରୁତିର ନିବିଡ଼ତା ଏପରି ସ୍ତରକୁ ପହଞ୍ଚିଯାଇଥିଲା ଯେ ୧୯ ବର୍ଷୀୟ ଝିଅ ତା’ର ୫୦ ବର୍ଷୀୟା ମା’ଙ୍କ ଜୀବନ ନେବାକୁ ପଛାଇନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ଦୁହେଁ କେବେ ମଧ୍ୟ ଦେଖାହୋଇନଥିଲେ।

ଏହି ଘଟଣାରେ ଝିଅ ଏସ୍‌ ଦେବପ୍ରିୟା ତାର ପ୍ରେମିକ ଏସ୍‌ ସୁରେଶ ଏବଂ ୧୬ ଓ ୧୭ ବର୍ଷର ଦୁଇଜଣ ନାବାଳକଙ୍କୁ ପୁଲିସ୍‌ ଗିରଫ କରିଛି। ଏସ୍‌ ଦେବପ୍ରିୟ ଅୱାଡି ନାମକ ଏକ ସ୍ଥନାରେ ବିକମ୍‌ ଦ୍ୱିତୀୟ ବର୍ଷରେ ପଢ଼ୁଛି।ଦେବପ୍ରିୟାର ମା’ ଭାନୁମତୀ ତାଙ୍କର ଏହି ଅନ୍ଧ ପ୍ରେମ ସମ୍ପର୍କକୁ ଦୃଢ଼ ବିରୋଧ କରୁଥିଲେ। ଫଳରେ ଏଥିରେ କ୍ରୋଧାନ୍ୱିତ ହୋଇ ସେ ଏପରି ହତ୍ୟାକାଣ୍ଡ ଘଟାଇଛି।

ପୁଲିସ୍‌ ସୂତ୍ରରୁ ଜଣାଯାଇଛି, ଗତ ବର୍ଷ ଦୁହେଁ ଫେସବୁକ୍‌ ସାଙ୍ଗ ହୋଇଥିଲେ। ବିକମ୍‌ ବଦଳରେ ସୁରେଶ ନିଜକୁ ଆଇଟି ପ୍ରଫେସନାଲ୍‌ ବୋଲି ଦର୍ଶାଇଥିଲା। କେବେ ଦେଖାହୋଇନଥିଲେ ମଧ୍ୟ ନିର୍ଦ୍ଧୁମ୍‌ ଚାଟିଂ ଓ ଭଏସ୍‌ କଲିଂ ଏହି ସମ୍ପର୍କକୁ ଅନ୍ୟ ଏକ ସ୍ତରକୁ ନେଇଯାଇଥିଲା। ଏପରିକି ସମୟ ଏମିତି ଆସିଥିଲା ମାଙ୍କୁ ନିଜ ପ୍ରେମ କାହାଣୀ ବଖାଣି ବସିଥିଲା ଝିଅ ଦେବପ୍ରିୟା। କିନ୍ତୁ ମା’ ଏପରି ଟେକ୍ନିକାଲ୍‌ ପ୍ରେମକୁ ବିଶ୍ୱାସରେ ନନେବାକୁ ଏବଂ ପାଠରେ ମନୋନିବେଶ କରିବାକୁ ଉପଦେଶ ଦେଇଥିଲେ।

ବାରମ୍ବାର ତାଗିଦ୍‌ ସତ୍ତ୍ୱେ ନଶୁଣିବାରୁ ଫୋନ୍‌ର ବ୍ୟବହାର ଉପରେ କଟକଣା ଲଗାଇଥିଲେ ମା, ଯାହାକି ଦେବପ୍ରିୟାଙ୍କୁ ରଗାଇବାରେ ସମର୍ଥ ହୋଇଥିଲା। କୌଣସିମତେ ଦେବପ୍ରିୟା ପ୍ରେମିକ ସୁରେଶକୁ ଫୋନ୍‌ କରି ମା’ଙ୍କ ହତ୍ୟା ପାଇଁ ସାହାଯ୍ୟ ମାଗିଥିଲେ। ସୁରେଶ ଏହି କାମରେ ଦେବପ୍ରିୟାକୁ ସାହାଯ୍ୟ କରିବାକୁ ୧୬ ଓ ୧୭ ବର୍ଷର ଦୁଇଜଣ ନାବାଳକଙ୍କୁ ପଠାଇଥିଲା।

ପ୍ରଥମେ ଦୁଇ ନାବାଳକ ନିଜକୁ ଦେବପ୍ରିୟାର ସାଙ୍ଗ ବୋଲି ଦର୍ଶାଇଥିଲେ ଏବଂ ଭାନୁମତୀ ଘରେ ଏକୁଟିଆ ଥିଲାବେଳେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଭାନୁମତୀ ଚିଲ୍ଲାଇବାରୁ ପଡ଼ୋଶୀ ଜାଣିଯାଥିଲେ ଏବଂ କୌଶଳକ୍ରମେ ଦୁଇ ନାବାଳକଙ୍କୁ କାବୁ କରିନେଇଥିଲେ। ସେମାନଙ୍କୁ ଜେରା କରିବାପରେ ହିଁ ସୁରେଶ ବାବଦରେ ଜଣାପଡ଼ିଥିଲା।

ଏଥିସହିତ ଜଣାପଡ଼ିଥିଲା ସୁରେଶ ଆଇଟି ପ୍ରଫେସନାଲ୍‌ ନୁହେଁ, ଆନ୍ଧ୍ରପ୍ରଦେଶର ଶ୍ରୀ ସହରରେ ଏକ କାରଖାନାରେ କାମ କରୁଥିଲା। କିନ୍ତୁ ଦେବପ୍ରିୟାକୁ ଫସାଇବାପାଇଁ ଏପରି ମିଛ କହିଥିଲା। ବର୍ତ୍ତମାନ ଉଭୟଙ୍କୁ କୋର୍ଟରେ ହାଜର କରାଯାଇସାରିଛି ଏବଂ ପୁଲିସ୍‌ ସେମାନଙ୍କୁ ରିମାଣ୍ଡରେ ନେଇଛି।



from Odisha Reporter http://bit.ly/2EN5WZp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages