ଚଳନ୍ତା ଗାଡ଼ିରେ ଜୀଅନ୍ତା ଜଳିଗଲେ ସଫ୍ଟୱେର ଇଞ୍ଜିନିୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଚଳନ୍ତା ଗାଡ଼ିରେ ଜୀଅନ୍ତା ଜଳିଗଲେ ସଫ୍ଟୱେର ଇଞ୍ଜିନିୟର

ନଏଡା: ଗ୍ରେଟର୍‌ ନଏଡାରେ ରହୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ସକାଳ ୫ଟାରେ ପରିବାର ଲୋକଙ୍କୁ ଏବଂ ସାଙ୍ଗମାନଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବାକୁ ଘରୁ ବାହାରିଥିଲେ। ଏହାର ୩୦ ମିନିଟ୍‌ ପରେ ସକାଳ ୫.୩୦ ବେଳକୁ ଘର ପାଖରେ ହିଁ ତାଙ୍କ କାର୍‌ରେ ଜୀଅନ୍ତା ଜଳିଯାଇଥିବା ଜଣାଯାଇଛି। ମଙ୍ଗଳବାର ସକାଳେ ପୱନ୍‌ ଧିମାନ୍‌ଙ୍କ ଗାଡ଼ି ଚଳନ୍ତା ଅବସ୍ଥାରେ ହିଁ ନିଆଁ ଧରିଥିଲା ଏବଂ ସେ ଏଥିରୁ ବାହାରି ପାରିନଥିଲେ।

ପୁଲିସ୍‌ ସୂତ୍ରରୁ ଜଣାଯାଇଛି ଏହି ଘଟଣା ସକାଳ ୫.୩୦ ବେଳେ ଘଟିଛି। କିଛି ଲୋକ ମର୍ଣ୍ଣିଂୱାକ୍‌ କରୁଥିବା ସମୟରେ ଏଭଳି ଘଟିଥିବା ଦେଖିବାକୁ ପାଇଥିଲେ ଏବଂ ପୁଲିସ୍‌ରେ ଖବର ଦେଇଥିଲେ।

ସୂଚନା ପାଇ ପୁଲିସ୍‌ ପହଞ୍ଚିବା ପରେ ଜଣାପଡ଼ିଥିଲା, ତାଙ୍କ ଘରଠାରୁ ୫୦୦ ମିଟର ଦୂରରେ ହିଁ ଏଭଳି ଅଘଟଣ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ। କାର୍‌ଟି ୧୦ ବର୍ଷ ପୂରୁଣା ଏକ ଫୋର୍ଡ ଆଇକନ୍‌ ବୋଲି ଜଣାଯାଇଛି। ନିଆଁ ଲିଭିବା ପରେ ଯାଇ ମୃତାବସ୍ଥାରେ ପୱନ୍‌ ଉଦ୍ଧାର ହୋଇପାରିଥିଲେ।

ପୱନ୍‌ ଏହି ଗାଡ଼ି ତାଙ୍କର ଜଣେ ବନ୍ଧୁଙ୍କଠାରୁ ୨ ବର୍ଷ ତଳେ କିଣିଥିଲେ। ତାଙ୍କୁ ତାଙ୍କର ଜଣେ ପଡ଼ୋଶୀ ଚିହ୍ନଟ କରିଥିଲେ ଏବଂ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ବ୍ଲୋୟର୍‌ରେ କିଛି ସମସ୍ୟା କାରଣରୁ ଶର୍ଟ ସର୍କିଟ୍‌ ହେବାରୁ ଏପରି ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି। ଏବେ ଯାଏ କେହି ଅଭିଯୋଗ କରିନଥିଲେ ମଧ୍ୟ ଫରେନ୍‌ସିକ୍‌ ବିଭାଗ ପକ୍ଷରୁ ପ୍ରମାଣ ସଂଗ୍ରହ କରାଯାଇ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାର ପ୍ରୟାସ କରାଯାଉଥିବା ପୁଲିସ୍‌ ଜଣାଇଛି।



from Odisha Reporter http://bit.ly/2Q2biSf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages