
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହୁକ (ମ୍ୟାଜିକ୍) କଲମ କଥା ଆମେ ଫିଲ୍ମ ଓ ସିରିୟଲରେ ଦେଖିଛନ୍ତି। ହେଲେ ବାସ୍ତବରେ କ’ଣ ଏପରି କଲମ ଅଛି ଓ ଏହାକୁ ବ୍ୟବହାର କରି କାହାକୁ ଠକି ହେବ? ଏପରି ପ୍ରଶ୍ନ ନିଶ୍ଚିତ ମନକୁ ଆସିବ। ହେଲେ ଆଶ୍ଚର୍ଯ୍ୟ କରିବା ପରି ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏହି କୁହୁକ କଲମ ସାହାଯ୍ୟରେ ଜଣେ ବ୍ୟକ୍ତିଙ୍କଠାରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଅଭିଯୁକ୍ତ।
ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ। ଲୁଟ୍ର ଶିକାର ହୋଇଛନ୍ତି ଜଗନ୍ନାଥ ଗ୍ରାଫିକ୍ସର ମାଲିକ ରଞ୍ଜନ କୁମାର ମଲ୍ଲ। ଏହି କୁହୁକ କଲମ ଜରିଆରେ ତାଙ୍କ ଦସ୍ତଖତ ନେଇ ଅଭିଯୁକ୍ତ ଟଙ୍କା ଠକି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି, କିଛିଦିନ ତଳେ ଜଣେ ଓଡ଼ିଆ ଯୁବକ ଫୋନ୍ କରି ନିଜକୁ ବ୍ୟାଙ୍କ ମ୍ୟାନେଜର ବୋଲି କହି ଲୋନ୍ କରାଇ ଦେବେ ବୋଲି ଭରସା ଦେଇଥିଲେ। ବ୍ୟବସାୟ ଭଲ ଚାଲୁଥିବାରୁ ବ୍ୟାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ସିସି ଋଣ ମିଳିପାରିବ। ଏଥିପାଇଁ ତାଙ୍କୁ ଦେଢଲକ୍ଷ ଟଙ୍କା ବ୍ୟାଙ୍କ ବାଲାନ୍ସ ଥିବା ଏକ କ୍ୟାନସେଲଡ ଚେକ୍ ଦେବାକୁ ପଡ଼ିବ ବୋଲି ସେ କହିଥିଲେ।
ରଞ୍ଜନ ଏକ ଚେକ୍ ନେଇ ଅଭିଯୁକ୍ତ କହିଥିବା ଠିକଣାକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ଜଣଙ୍କ ଏକ କଲମ ଦେଇ ତାଙ୍କୁ ଚେକ୍ରେ କ୍ୟାନସେଲଡ ଲେଖିବାକୁ କହିଥିଲେ। ସେହି ଅନୁସାରେ ରଞ୍ଜନ ଚେକ୍ରେ କ୍ୟାନସେଲଡ ଲେଖି ଦେଇଥିଲେ। ପରେ ତାଙ୍କ ବ୍ୟାଙ୍କ ଖାତାରୁ ଦେଢ଼ ଲକ୍ଷ ଟଙ୍କା ଉଠା ଯାଇଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ରଞ୍ଜନ ବ୍ୟାଙ୍କକୁ ଯାଇ ଚେକ୍ ଦେଖିବା ପରେ ସେଥିରେ ସେ ଲେଖିଥିବା କ୍ୟାନସେଲଡ ଶବ୍ଦ ଉଭେଇ ଯାଇଥିଲା।
from Odisha Reporter https://ift.tt/2BjaALf
No comments:
Post a Comment