ପ୍ରଥମ ରାଜ୍ୟଭାବେ ‘ଯୌନ ଉତ୍ପୀଡ଼ନ’ ବିରୋଧରେ ଆଇନ ଆଣିଲା ଜମ୍ମୁ-କଶ୍ମୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ପ୍ରଥମ ରାଜ୍ୟଭାବେ ‘ଯୌନ ଉତ୍ପୀଡ଼ନ’ ବିରୋଧରେ ଆଇନ ଆଣିଲା ଜମ୍ମୁ-କଶ୍ମୀର

ଜମ୍ମୁ: ଅଧିକାରୀମାନେ ବା ଉଚ୍ଚ ପଦସ୍ଥ ବ୍ୟକ୍ତିମାନେ କ୍ଷମତାର ଅପବ୍ୟବହାର କରି ଅଧସ୍ତନ ମହିଳା କର୍ମଚାରୀଙ୍କୁ ‘ଯୌନ ନିର୍ଯାତନା’ ଦେଉଥିବା ବିରୋଧରେ ପ୍ରଥମ ରାଜ୍ୟ ଭାବେ ଆଇନ ଆଣିଛି ଜମ୍ମୁ-କଶ୍ମୀର। ବର୍ତ୍ତମାନ ସ୍ଥିତିରେ ‘ଯୌନ ନିର୍ଯାତନା’ ଏକ ବଡ଼ ପ୍ରସଙ୍ଗ ପାଲଟିଥିବାବେଳେ #MeToo ଅଭିଯାନ ଏହି ପ୍ରସଙ୍ଗକୁ ଆହୁରି ଆଲୋଚନାମୁଖର କରିଥିଲା।

ଗତକାଲି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଶାସନିକ ପରିଷଦ ‘ପ୍ରିଭେନସନ୍‌ ଅଫ୍‌ କରପ୍‌ସନ୍‌(ଆମେଣ୍ଡମେଣ୍ଟ) ବିଲ୍‌ ୨୦୧୮’ ଏବଂ ‘ଜମ୍ମୁ ଆଣ୍ଡ କଶ୍ମୀର କ୍ରିମିନାଲ୍‌ ଲ’ଜ୍‌ (ଆମେଣ୍ଡମେଣ୍ଟ) ବିଲ୍‌’କୁ ମଞ୍ଜୁରୀ ଦେବାଫଳରେ ଏହା ସମ୍ଭବପର ହୋଇପାରିଛି।

‘ଯୌନ ଉତ୍ପୀଡ଼ନ’ରେ ଅପରାଧିକ ଦଣ୍ଡବିଧାନ ପାଇଁ ‘ଜମ୍ମୁ ଆଣ୍ଡ କଶ୍ମୀର କ୍ରିମିନାଲ୍‌ ଲ’ଜ୍‌ (ଆମେଣ୍ଡମେଣ୍ଟ) ବିଲ୍‌ ୨୦୧୮’ ରନ୍‌ବୀର ପେନାଲ୍‌ କୋଡ୍‌ର ପରିବର୍ତ୍ତନ ଆବଶ୍ୟକ କରୁଥିଲା। କ୍ରିମିନାଲ ପ୍ରୋସିଜିୟୋର୍‌ କୋଡ୍‌ର ଧାରା ୧୫୪, ୧୬୧ ଏବଂ ଏଭିଡେନ୍ସ ଆକ୍ଟର ଧାରା ୫୩Aରେ ପରିବର୍ତ୍ତନ କରାଯାଇଛି ଯାହାଫଳରେ ରନ୍‌ବୀର ପେନାଲ୍‌ କୋଡ୍‌ରେ ଲାଗୁ ହେଉଥିବା ଅପରାଧିକ ଦଣ୍ଡ ବିଧାନ ‘ଯୌନ ଉତ୍ପୀଡ଼ନ’ ପାଇଁ ମଧ୍ୟ ଲାଗୁ ହୋଇପାରିବ।

‘ପ୍ରିଭେନସନ୍‌ ଅଫ୍‌ କରପ୍‌ସନ୍‌(ଆମେଣ୍ଡମେଣ୍ଟ) ବିଲ୍‌ ୨୦୧୮’ରେ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ‘ଦୁର୍ବ୍ୟବହାର’ର ସଂଜ୍ଞା ନିରୂପଣ କରିବା ଏବଂ ‘ଯୌନ ଅନୁଗ୍ରହ’ ଦାବି କରିବା ବା କ୍ଷମତାର ଅପବ୍ୟବହାର କରି ବ୍ଲାକ୍‌ମେଲ୍‌ କରି ‘ଯୌନ ସମ୍ପର୍କ ରଖିବା’କୁ ବାଧ୍ୟ କରିବା ମଧ୍ୟ ଅପରାଧିକ କାର୍ଯ୍ୟ ବୋଲି ଘୋଷଣା କରିବା।



from Odisha Reporter https://ift.tt/2UP9m3t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages