ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ନାଶିରୁଦ୍ଦିନ୍ ଶାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ନାଶିରୁଦ୍ଦିନ୍ ଶାହା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ନାଶିରୁଦ୍ଦିନ୍ ଶାହା ଏବେ କିଛି ପ୍ରସଙ୍ଗରେ ବ୍ୟକ୍ତିଗତ ମନ୍ତବ୍ୟ ଦେଇ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ‘ଟିମ୍ ଇଣ୍ଡିଆ’ ଅଧିନାୟକ ବିରାଟ୍ କୋହଲିଙ୍କୁ ଜଣେ ଅହଙ୍କାରୀ ବ୍ୟକ୍ତି କହିବାର କେଇ ଦିନ ପରେ ନାଶିରୁଦ୍ଦିନ ଦେଶର ଆଇନ ଶୃଙ୍ଖଳା ସ୍ଥିତି ନେଇ ପୁଣି ଏକ ବିବାଦୀୟ କଥା କହିଛନ୍ତି।

ନାଶିରୁଦ୍ଦିନ କହିଛନ୍ତି ଯେ ” ଦେଶରେ ଏବେ ଉପୁଜୁଥିବା ପରିସ୍ଥିତିକୁ ନେଇ ମୋତେ ମୋ ପିଲାଙ୍କ ପାଇଁ ଡର ଲାଗୁଛି। ଯଦି ସେମାନଙ୍କୁ ଘେରି ଯାଇ କେହି ପଚାରେ, ତମେ ହିନ୍ଦୁ ନା ମୁସଲମାନ୍‌, ତେବେ ମୁଁ କ’ଣ କହିବି। ମୋ ପାଖରେ ଏହାର ଉତ୍ତର କିଛି ନାହିଁ। ଏବେ ସମାଜରେ ବିଷ ବ୍ୟାପି ଗଲାଣି ଏବଂ ଏହି ସ୍ଥିତି ସୁଧୁରିବାର କୌଣସି ସଙ୍କେତ ମତେ ମିଳୁନାହିଁ।” ଦେଶରେ ଆଇନ୍ ଖିଲାପ କରୁଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ନାଶିରୁଦ୍ଦିନ୍‌ କହିଛନ୍ତି।

ଉତ୍ତରପ୍ରଦେଶର ବୁଲନ୍ଦଶହରରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ହିଂସାକୁ ନେଇ ନାଶିରୁଦ୍ଦିନ୍‌ଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି। ନାଶିରୁଦ୍ଦିନ୍‌ ଜଣେ ମୁସ୍‌ଲମାନ୍ ହୋଇଥିବାବେଳେ ତାଙ୍କ ପତ୍ନୀ ରତ୍ନା ହେଉଛନ୍ତି ହିନ୍ଦୁ।



from Odisha Reporter http://bit.ly/2Gzc9KW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages