
ମୁମ୍ବାଇ: ଟି୨୦ ଫର୍ମାଟ୍ ଆରମ୍ଭ ହେବା ପୂର୍ବରୁ ଖେଳୁଥିବା ଖେଳାଳିମାନେ ବର୍ତ୍ତମାନ ଖେଳୁଥିଲେ କାହାପାଇଁ ଏବଂ କେମିତି ଆଇପିଏଲ୍ ଖେଳୁଥାନ୍ତେ ସର୍ବଦା ଚର୍ଚ୍ଚା ହୋଇଆସିଛି। କିଛି ଲୋକ କୁହନ୍ତି ସାର୍ ଭିଭିଆନ୍ ରିଚାର୍ଡସ ଏହି ଖେଳକୁ ଭିନ୍ନ ଏକ ସ୍ତରକୁ ନେଇପାରିଥାନ୍ତେ ଏବଂ ଅନ୍ୟ କିଛି ଲୋକ ଭାବନ୍ତି କପିଲ ଦେବ ହିଁ ଏହି ଫର୍ମାଟ୍ରେ ଫିଟ୍ ହୋଇପାରିଥାନ୍ତେ। କାରଣ ସେ କ୍ରିକେଟ୍ର ସମସ୍ତ ବିଭାଗରେ ଲଗାତାର ଭଲ ପ୍ରଦର୍ଶନ କରି ଆସିଥିଲେ।
ଆଇପିଏଲ ୨୦୧୯ ନିଲାମୀ ଅବସରରେ ଏହି ପ୍ରସଙ୍ଗକୁ ପୁଣି ସାମ୍ନାକୁ ଆଣିଥିଲେ କପିଲ ଦେବଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର। କପିଲ ତାଙ୍କ ନିଲାମୀ ଦର ବାବଦରେ ମଜାରେ ପଚାରିବାରୁ ସେ ଯାହା କହିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ କପିଲ ଦେବ ଆଜି ୨୫ କୋଟିରେ ବିକ୍ରି ହୋଇଥାନ୍ତେ।
ଏହା ପଛର କାରଣ ଜଣାଇବାକୁ ଯାଇ ସେ କୁହନ୍ତି, “ମୋ ଖେଳାଳି କ୍ୟାରିଅର୍ ଏବଂ ଭାଷ୍ୟକାର କ୍ୟାରିଅରରେ ଯାହା ଦେଖିଛି ଦିନିକିଆ ଇତିହାସରେ ତାଙ୍କର୧୭୫ ରନ୍ର ଇନିଂସ୍ ସର୍ବଶ୍ରେଷ୍ଠ। ତାପରଠାରୁ ଆଉ ସେମିତି ଇନିଂସ୍ ଦେଖିନି। ସ୍ଥିତି ଏପରି ଥିଲା ଯେ ଆମେ ୧୭ ରନ୍ ପାଇଁ ୫ଟି ୱିକେଟ୍ ହରାଇଦେଇଥିଲୁ। ଥଣ୍ଡା ପଡ଼ିଥିଲା ଏବଂ ବଲ୍ ଟର୍ଣ୍ଣ ନେଉଥିଲା। ଆମେ ୭୦-୮୦ରେ ଅଲ୍ଆଉଟ୍ ହୋଇଯିବୁ ଭାବିଥିଲୁ। ୮୦ ରନ୍ ନହେବାଯାଏ କପିଲ ବଡ଼ ଶଟ୍ର ପ୍ରୟାସ କରିନଥିଲେ। ତାପରେ କିନ୍ତୁ ସେ ବର୍ଷିଥିବା ଛକା ସବୁ ଦେଖିବା ଭଳି। ସେ ଆଜି ଆଇପିଏଲ୍ରେ ୨୫ କୋଟିରେ ବିକ୍ରି ହୋଇଥାନ୍ତେ।”
କପିଲ ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟପକ୍ଷରେ ବର୍ତ୍ତମାନ ଆଇପିଏଲ୍ରେ ଅଲ୍ ରାଉଣ୍ଡରମାନଙ୍କର ବେଶ୍ ଡିମାଣ୍ଡ ଥିବାରୁ ତାଙ୍କର ଚାହିଦା ନିଶ୍ଚୟ ଆକାଶଛୁଆଁ ରହିଥାନ୍ତା ବୋଲି ସୁନୀଲ କହିଛନ୍ତି।
from Odisha Reporter http://bit.ly/2R7ZX86
No comments:
Post a Comment