ଘରେ ତିଆରି କରନ୍ତୁ ଶେଉଳ ମାଛ କଲରା ଚଡ଼ଚଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ଘରେ ତିଆରି କରନ୍ତୁ ଶେଉଳ ମାଛ କଲରା ଚଡ଼ଚଡ଼ି

fish

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ହୁଏତ ଆପଣ ଶେଉଳ ମାଛ ତରକାରୀକୁ ପସନ୍ଦ କରି ନ ପାରନ୍ତି, କିନ୍ତୁ ଶେଉଳ ମାଛ ସହ କଲରା ଚଡ଼ଚଡ଼ିର ସ୍ୱାଦକୁ ଆଦୌ ଅଣଦେଖା କରିପାରିବେ ନାହିଁ। ଆଜି ଆମେ ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ଶେଉଳ ମାଛ, କଟା କଲରା, ସୋରିଷ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ରିଫାଇନ୍‌ ତେଲ ଓ ଲୁଣ।

fishhପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶେଉଳ ମାଛକୁ ଧୋଇ କାଟିବା ପରେ ସେଥିରେ ଲୁଣ ହଳଦୀ ଗୋଳାଇ ରଖନ୍ତୁ। ତା’ପରେ କଡ଼େଇରେ ତେଲ ବସାଇ କଟା ମାଛ ସବୁକୁ ଭାଜି ଦିଅନ୍ତୁ। ଏହାପରେ କଲରାକୁ କାଟି ମଞ୍ଜି ବାହାର କରି ଭାଜି ରଖନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ସେଥିରେ କଟା ଟମାଟୋ ପକାନ୍ତୁ।

ଟମାଟୋ ଅଳ୍ପ ଭାଜି ହୋଇଗଲେ, ସେଥିରେ ସୋରିଷ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଆଉ ଟିକେ କଷି ଦିଅନ୍ତୁ। ଏବେ ସେଥିରେ ଭଜା କଲରା ଓ ଭଜା ଶେଉଳ ମାଛ ପକାଇ ଅଳ୍ପ ପାଣି ଦିଅନ୍ତୁ। ଏହାକୁ ୩ରୁ ୪ମିନିଟ୍‌ ଚୁଲିରେ ବସାଇ ଫୁଟାଇବା ପରେ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଶେଉଳ ମାଛ କଲରା ଚଡ଼ଚଡ଼ି।

 

 

 

 



from Odisha Reporter https://ift.tt/2PoIh33

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages