୨୬୫୬ କିଲୋ ପିଆଜ ୨୯୧୬ ଟଙ୍କାରେ ବିକ୍ରି ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

୨୬୫୬ କିଲୋ ପିଆଜ ୨୯୧୬ ଟଙ୍କାରେ ବିକ୍ରି ହେଲା

onion

ମୁମ୍ୱାଇ: ୨୬୫୭ କିଲୋ ପିଆଜ ନେଇ ବଜାରକୁ ଆସିଥିଲେ ଜଣେ ଚାଷୀ। ଆଉ ଏହାକୁ ମୋଟ ୨୯୧୬ ଟଙ୍କାରେ ବିକ୍ରି କଲେ। ଶ୍ରମିକଙ୍କ ପାଉଣା ଓ ପରିବହନ ଖର୍ଚ୍ଚ ବାବଦକୁ ୨୯୧୦ ଟଙ୍କା ଦେଲେ। ତା’ପରେ ତାଙ୍କ ପାଖରେ ବଳିଲା ଆଉ ୬ ଟଙ୍କା। ସେହି ୬ ଟଙ୍କାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମନି ଅର୍ଡର ଯୋଗେ ପଠାଇ ଦେଲେ।

ପିଆଜ ଦରରେ ଅହେତୁକ ହ୍ରାସ ଯୋଗୁ ଚାଷୀ ଜଣଙ୍କୁ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ଏ ନେଇ ନିଜ ଅସନ୍ତୋଷକୁ ଜାହିର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୬ ଟଙ୍କା ପଠାଇଛନ୍ତି।

ଘଟଣାଟି ଘଟିଛି ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ। ଆଉ ଏହି ଚାଷୀଙ୍କ ନାଁ ଶ୍ରେୟସ ଅଭାଲେ। ସେ ସଙ୍ଗମନେର ଥୋକ୍ ବଜାରକୁ ୨୬୫୭ କିଲୋ ପିଆଜ ଧରି ଯାଇଥିଲେ। ପିଆଜ କିଲୋ ପିଛା ଟଙ୍କାଏରୁ ଟିକେ ଅଧିକ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହା ତାଙ୍କୁ ଖୁବ୍ ବାଧିଛି। ସ୍ଥିତି ସଂପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ତାଙ୍କ ପାଖକୁ ମନି ଅର୍ଡର ଯୋଗେ ୬ ଟଙ୍କା ପଠାଇଛନ୍ତି।



from Odisha Reporter https://ift.tt/2QqHc09

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages