
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ରାତିରେ ଖାଇବା ଓ ଶୋଇବା ସମୟ ମଧ୍ୟ ବଦଳିବାରେ ଲାଗିଛି। ସହରୀ ଜୀବନରେ ତ ରାତି ୯ଟା, ସନ୍ଧ୍ୟା କହିଲେ ଚଳେ। କିଛି ଲୋକ ଅଧିକ ରାତି ଯାଏ ଅନିଦ୍ରା ରହିବା ସହ ଘଣ୍ଟା ଘଣ୍ଟା ଧରି ଟେଲିଭିଜନ୍ ଦେଖିବା ବା ଲାପଟପ୍ ଆଗରେ ବସି କାମ କରିବା ଦ୍ଵାରା ଡେରି ରାତିରେ ଭୋଜନ କରନ୍ତି।
ଏହାଦ୍ୱାରା ସେମାନେ ବିଳମ୍ବରେ ଶୁଅନ୍ତି ଏବଂ ସକାଳେ ବିଳମ୍ୱରେ ବିଛଣା ମଧ୍ୟ ତ୍ୟାଗ କରନ୍ତି। ଫଳରେ ଏହି ଲୋକମାନେ ଅନେକ ରୋଗର ଶିକାର ହୁଅନ୍ତି। ବିଳମ୍ବିତ ରାତିରେ ଖାଇବା, ଶୋଇବା ଓ ସକାଳୁ ଡେରିରେ ଉଠିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଯଦି ଆପଣ ଏପରି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ବହୁ ଅସୁବିଧାରେ ପକାଇପାରେ।
ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ଵାରା ଏହା ଆପଣଙ୍କ ଶରୀରରେ କି କି ଖରାପ ପ୍ରଭାବ ପକାଇଥାଏ, ଆସନ୍ତୁ ଜାଣିବା।
ଓଜନ ବୃଦ୍ଧି ହୁଏ : ରାତିରେ ଅଧିକ ବିଳମ୍ବରେ ଖାଇବା ଦ୍ଵାରା ଏହା ହଜମ ହୋଇ ନ ଥାଏ। ଫଳରେ ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ପାଏ ଓ ହୃଦ୍ରୋଗର ଆଶଙ୍କା ବି ବଢିଥାଏ। ଏହାସହ ଓଜନ ମଧ୍ୟ ବଢ଼ିଥାଏ।
ମାନସିକ ଦୁଶ୍ଚିନ୍ତା ବଢ଼େ : ଯଦି ଆପଣ ବିଳମ୍ବିତ ରାତିରେ ଭୋଜନ କରୁଛନ୍ତି, ତେବେ ରାତିରେ ଭଲ ନିଦ ମଧ୍ୟ ହୋଇ ନ ଥାଏ। ଫଳରେ ସକାଳୁ ଅଧିକ ଅଳସୁଆ ଲାଗେ ଓ କୌଣସି କାମ କରିବାକୁ ଇଚ୍ଛା ହୋଇ ନ ଥାଏ। ଏହା ଦ୍ୱାରା ମାନସିକ ଦୁଶ୍ଚିନ୍ତା ମଧ୍ୟ ବଢ଼ିଥାଏ।
ଉଚ୍ଚ ରକ୍ତଚାପ ସମସ୍ୟା: ଡେରି ରାତିରେ ଖାଇବା ପରେ ଶୋଇ ପଡ଼ିବା ଦ୍ୱାରା ଶରୀରରେ ଖାଦ୍ୟ ଭଲ ରୂପେ ହଜମ ହୋଇ ନ ଥାଏ ଏବଂ ଏହି କାରଣରୁ ଉଚ୍ଚ ରକ୍ତଚାପର ଶିକାର ହେବାକୁ ପଡ଼ିଥାଏ।
ବଦ୍ହଜମି: ଯେଉଁମାନଙ୍କର ବଦ୍ହଜମି ସମସ୍ୟା ପୂର୍ବରୁ ରହିଛି, ସେମାନେ ବିଳମ୍ବିତ ରାତି ଯାଏ ଆଦୌ ଭୋକିଲା ରୁହନ୍ତୁ ନାହିଁ। ଏହାଦ୍ଵାରା ବଦହଜମି ଅଧିକ ହେବାର ଆଶଙ୍କା ବଢ଼ିଥାଏ।
ବିରକ୍ତି ଭାବ: ରାତିରେ ଡେରିରେ ଖାଇବା ଯୋଗୁ ରାତିରେ ନିଦ ଅଳ୍ପ ହୁଏ ଏବଂ ସଠିକ ପରିମାଣର ନିଦ୍ରା ନହେବା ଦ୍ଵାରା ଆପଣ ବିଶ୍ରାମ ଅଭାବ କାରଣରୁ ଅଧିକ ଚିଡ଼ିଚିଡ଼ା ହୋଇ ଯା’ନ୍ତି।
ନିଦ ଲାଗି ନ ଥାଏ: ବିଳମ୍ବିତ ରାତିରେ ଖାଇବା ଯୋଗୁ ହଜମ ହୋଇ ନ ଥାଏ ଓ ବେଳେ ବେଳେ ପେଟରେ ଯନ୍ତ୍ରଣା ହୁଏ। ଏହାଫଳରେ ଆପଣଙ୍କୁ ଠିକ ଭାବେ ନିଦ ମଧ୍ୟ ଲାଗି ନ ଥାଏ।
ମଧୁମେହ ଆଶଙ୍କା: ରାତିରେ ଡେରିରେ ଖାଇବା ଦ୍ଵାରା ଶରୀରରେ ଶର୍କରାର ପରିମାଣ ବଢିଯାଏ। ଏହା ପରେ ମଧୁମେହର ରୂପ ନିଏ। ତେଣୁ ରାତିରେ ଶୀଘ୍ର ଖାଇବା ପରେ ଅଳ୍ପ ଚଲାବୁଲା କରନ୍ତୁ।
from Odisha Reporter http://bit.ly/2Ssgfpw
No comments:
Post a Comment