ଡରାଇ ଦେଇଥିଲା ବର୍ଷା, ବିଳମ୍ବରେ ମ୍ୟାଚ୍ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଡରାଇ ଦେଇଥିଲା ବର୍ଷା, ବିଳମ୍ବରେ ମ୍ୟାଚ୍ ଆରମ୍ଭ

india

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଟେଷ୍ଟରେ ଭାରତ ବିଜୟର ଦ୍ୱାରଦେଶରେ ଥିବା ବେଳେ ବର୍ଷା ସାଜିଥିଲା ବାଧା।  ବର୍ଷା ଯୋଗୁ ଆଜି ପଞ୍ଚମ ଦିନରେ ବିଳମ୍ବରେ ଖେଳ ଆରମ୍ଭ ହୋଇଛି। ଏହି ମ୍ୟାଚ୍ ଜିତିବାକୁ ଅଷ୍ଟ୍ରେଲିଆ ଆଉ ୧୩୮ରନ୍ (ଖବର ଲେଖାଯିବା ସୁଦ୍ଧା) ଆବଶ୍ୟକ କରୁଥିବା ବେଳେ ଭାରତ ମାତ୍ର ଦୁଇଟି ୱିକେଟ୍ ନେଇଗଲେ ବିଜୟୀ ହେବ।

ଗତକାଲି ଅଷ୍ଟ୍ରେଲିଆର ସମସ୍ତ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ସହଜରେ ଆଉଟ୍ ହୋଇଯାଇଥିବା ବେଳେ ଶେଷ ଆଡ଼କୁ ଆସିଥିବା ପ୍ୟାଟ୍ କମିନ୍‌ସ ଭଲ ଖେଳିଥିଲେ। ସେ ୧୦୩ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୬୧ ରନ୍ କରିଥିଲେ। ସେ ଅପରାଜିତ ଅଛନ୍ତି। ତାଙ୍କ ସହିତ ନେଥନ ଲିଅନ ଅଛନ୍ତି। ସେ ୩୮ ବଲ୍‌ରୁ ୬ ରନ୍ କରି ଗତକାଲିଠାରୁ ଅପରାଜିତ ଅଛନ୍ତି।  ଏ ଦୁଇ ଜଣ ଆଜି ଅସମାପ୍ତ ପାଳିକୁ ଆଗେଇ ନେଉଛନ୍ତି।

ଭାରତ ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୪୪୩ ରନ୍ କରି ପାଳି ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୧୫୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସ୍‌ରେ ଭାରତର ଶୀଘ୍ର ଶୀଘ୍ର ୱିକେଟ୍ ପଳାଇଥିଲା। ତେବେ ଦଳ ୮ ୱିକେଟ୍ ହରାଇ ୧୦୬ ରନ୍ କରିବା ପରେ ଇନିଂସ୍ ଘୋଷଣା କରି ଦେଇଥିଲା। ଗତକାଲି ଦ୍ୱିତୀୟ ଇନିଂସ୍‌ରେ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୮ ୱିକେଟ୍ ହରାଇ ୨୫୮ ରନ୍ ସଂଗ୍ରହ କରିଥିଲା।

ଦ୍ୱିତୀୟ ଇନିଂସ୍‌ରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ଶାମୀ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି। ଈଶାନ୍ତ ଶର୍ମା ଗୋଟିଏ ୱିକେଟ୍ ପାଇଛନ୍ତି।



from Odisha Reporter http://bit.ly/2BOS11F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages