ନଟ୍‌ଆଉଟ୍‌ ରହିବେ କେସିଆର୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ନଟ୍‌ଆଉଟ୍‌ ରହିବେ କେସିଆର୍‌!

ହାଇଦ୍ରାବାଦ୍: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ର ସେମିଫାଇନାଲ୍‌ କୁହାଯାଉଥିବା ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀ ବଦଳିବା ସ୍ଥିତି ଉପୁଜିଥିବାବେଳେ ତେଲେଙ୍ଗାନା କେ ଚନ୍ଦ୍ରଶେଖର ରାଓ ନିଜ ପଦବୀ ବଜାୟ ରଖିବେ ବୋଲି ସ୍ପଷ୍ଟ ହୋଇଛି। ରାଜସ୍ଥାନରେ କଂଗ୍ରେସ ଆଗୁଆ ରହିଛି, ମଧ୍ୟପ୍ରଦେଶରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, ଛତିଶଗଡ଼ ମଧ୍ୟ କଂଗ୍ରେସ ହାତକୁ ଯିବା ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି।

କେସିଆର ନିରଙ୍କୁଶଭାବେ ବିଜୟଲାଭ କରିଥିବାରୁ ଏହି ସେମିଫାଇନାଲ ମ୍ୟାଚ୍‌ରେ ଟିଆରଏସ୍‌ର ଅଧିନାୟକଭାବେ ଅପରାଜିତ ରହିବା ନିଶ୍ଚିତ ହୋଇସାରିଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ୍‌ଙ୍କ ବିରୋଧରେ ଜନମତ ଯାଇଥିଲେ ହେଁ ବର୍ତ୍ତମାନ ମଧ୍ୟ ସରକାର ଗଠନର ସୁଯୋଗ ରହିଛି।

୨୦୧୪ ମସିହାରେ ମାତ୍ର ୬୩ଟି ଆସନ ସହିତ ସରକାର କରିଥିବା ଟିଆର୍‌ଏସ୍‌ ବର୍ତ୍ତମାନ ୮୭ଟି ଆସନରେ ବିଜୟୀ ହେବା ଦିଗରେ ଆଗେଇଛି। ଦ୍ୱିତୀୟ ଦଳଭାବରେ କେବଳ କଂଗ୍ରେସ ଦୁଇଅଙ୍କ ଛୁଇଁପାରିଛି।

ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ଅଭିଯାନର ନେତୃତ୍ୱ ନେଇଥିବା କେସିଆର ୨୦୧୪ ମସିହାରେ ଏହା ସମ୍ଭବ କରିପାରିଥିଲେ।

ଏହାପରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା କାଏମ୍‌ ରଖିବାରେ ସଫଳ ହେବାପାଇଁ ଏହି ‘ଗୋଲାପୀ ଦଳ’ ଜନସାଧାରଣଙ୍କ ପାଇଁ ଗୋଲାପୀ ଯୋଜନା ସବୁ ଆଣିଥିଲା। ଏହା ଯଦିଓ ଅର୍ଥନୀତିକ ଦୃଷ୍ଟିକୋଣରୁ ସମାଲୋଚନାର କାରଣ ପାଲଟିଥିଲା, ଭୋଟ୍‌ ବଢ଼ାଇବାରେ ବେଶ୍‌ ସଫଳ ହୋଇପାରିଥିଲା।

ଏହି ଯୋଜନାସବୁ ତାଙ୍କ ପାଇଁ ଏବଂ ତାଙ୍କ ଦଳ ପାଇଁ ବେଶ୍‌ ସଫଳ ସାବ୍ୟସ୍ତ ହୋଇଛି। ଏତଦ୍‌ବ୍ୟତୀତ ବିଧାନସଭା ନିର୍ବାଚନର ୮ ମାସ ଆଗରୁ ବିଧାନସଭା ଭଙ୍ଗ କରି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅନ୍ୟମାନଙ୍କ ଅନୁଯାୟୀ ଆତ୍ମଘାତୀ ନିଷ୍ପତ୍ତି ନେଇଥିଲେ। ଶେଷରେ ନିର୍ବାଚନରେ ବୃହତ୍‌ ସଫଳତା ଏହି ବିପଜ୍ଜନକ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ କରିବାରେ ସଫଳ ହୋଇଛି।



from Odisha Reporter https://ift.tt/2C2KopR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages