ସୁନ୍ଦରୀ ହେଲେ ଅସୁନ୍ଦରୀ: ଗୋରା ରଙ୍ଗ ନେଇଗଲା କସ୍‌ମେଟିକ୍‌ ଟ୍ରିଟ୍‌ମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ସୁନ୍ଦରୀ ହେଲେ ଅସୁନ୍ଦରୀ: ଗୋରା ରଙ୍ଗ ନେଇଗଲା କସ୍‌ମେଟିକ୍‌ ଟ୍ରିଟ୍‌ମେଣ୍ଟ

ନୂଆଦିଲ୍ଲୀ:ସୁନ୍ଦର ଦେଖାଯିବା ପାଇଁ ସବୁ ଝିଅ ଚାହାଁନ୍ତି। କେବଳ ଚାହାଁନ୍ତିନାହିଁ ଏଥିପାଇଁ କଡ଼ା ପରିଶ୍ରମ ମଧ୍ୟ କରନ୍ତି। କିଛି ଝିଅ ନିଜର ପସନ୍ଦିତା କଳାକାରଙ୍କ ପରି ଦେଖାଯିବାକୁ ସବୁବେଳେ ଚେଷ୍ଟା କରନ୍ତି । ହେଲେ ସୁନ୍ଦରୀ ହେବାର ନିଶା ଯେ, କେତେ ମାରାତ୍ମକ ହୋଇପାରେ ତାହା ଜଣେ ବ୍ରିଟିଶ୍‌ ଯୁବତୀଙ୍କ ମୁହଁକୁ ଦେଖିଲେ ଜାଣିହେବ। ଗୋରା ହେବାର ପ୍ରବଳ ଆଗ୍ରହ ଆଜି ତାଙ୍କୁ ବିକୃତ କରିଦେଇଛି। ଯାହାକୁ ଆପଣ ଦେଖିପାରିବେନି। ଜଣେ ବ୍ରିଟିଶ୍‌ ଯୁବତୀ ସୁନ୍ଦରୀ ଦେଖାଯିବା ପାଇଁ କସ୍‌ମେଟିକ୍‌ ଟ୍ରିଟ୍‌ମେଣ୍ଟ୍‌ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

୨୯ ବର୍ଷୀୟ ରିଚେଲ୍‌ ନେପର୍‌ ଓଠର କସ୍‌ମେଟିକ୍‌ ଟ୍ରିଟ୍‌ମେଣ୍ଟ୍‌ କରିଥିଲେ। ଏଥିପାଇଁ ସେ ତାଙ୍କ ସାଙ୍ଗ ଘରେ ଓଠରେ ଫିଲର୍‌ ଇଞ୍ଜେକସନ୍‌ ଲଗାଇଥିଲେ। କିନ୍ତୁ ଦୁଃଖର କଥା ଇଞ୍ଜେକସନ୍‌ ନେବା ପରେ ରିଚେଲ୍‌ଙ୍କ ଓଠ ଫୁଲିବାକୁ ଲାଗିଥିଲା ଓ ତାଙ୍କ ଓଠରେ ଯନ୍ତ୍ରଣା ହୋଇଥିଲା। ଏହା ପରେ ତାଙ୍କ ଓଠ ମୂଳ ଆକାରରୁ ତିନିଗୁଣ ବଢ଼ି ଯାଇଥିଲା। ରିଚେଲ୍‌ ତାଙ୍କ ଫଟୋକୁ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଛି।

ଟିକିତ୍ସା ପରେ ଡାକ୍ତର ଏହାକୁ ଆଲର୍ଜିକ୍‌ ଇନ୍‌ଫେକସନ୍‌ ବୋଲି କହିଥିଲେ। ପାଖାପାଖି ୭୨ ଘଣ୍ଟା ପରେ ରିଚେଲ୍‌ଙ୍କ ଓଠ ତାର ପୂର୍ବ ଅବସ୍ଥାକୁ ଫେରିଥିଲା।
ରିଚେଲ୍‌ ନେପର୍‌ଙ୍କ ଓଠ ଇନ୍‌ଫେକସନ୍‌ ହେବା ପରେ ସେ ୧ ସପ୍ତାହ ଧରି ଘରୁ ବାହାରକୁ ବାହାରି ପାରିଲେ ନାହିଁ। ସେହିପରି କିଛି ଦିନ ପୂର୍ବରୁ ଜଣେ ଫ୍ରେଞ୍ଚ୍‌ ମହିଳା କେଶରେ ରଙ୍ଗ କରୁଥିବା ସମୟରେ ତାଙ୍କ ମୁଣ୍ଡ ଫୁଲିବା ଆରମ୍ଭ କରିଥିଲା। ମହିଳା ଜଣକ ତାଙ୍କ ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ୍‌ ହୋଇଥିଲା।



from Odisha Reporter https://ift.tt/2BctKSL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages