ବିକ୍ରି ହେଉଛି ପବନ, ଜାଣନ୍ତୁ କେଉଁଠି କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ବିକ୍ରି ହେଉଛି ପବନ, ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ: ପବନ ପୁଣି ଟଙ୍କା ଦେଇ କିଣିବାକୁ ପଡ଼ିବ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ପବନ ଏବଂ ସୂର୍ଯ୍ୟାଲୋକ ପ୍ରକୃତିର ଦାନ ହୋଇଥିବାରୁ ଆମେ ବର୍ଷ ବର୍ଷ ଧରି ଉପଭୋଗ କରି ଆସୁଛେ। କିନ୍ତୁ ମନୁଷ୍ୟ ନିଜର ଭୁଲ୍ ପାଇଁ ଜଳକୁ ଏପରି ଉପଭୋଗ କରିବାର ଅଧିକାର ହରାଇ ସାରିଥିବାବେଳେ ଏବେ ପବନ ବା ବାୟୁର ପାଳି ପଡ଼ିଛି।

ଆପଣ ଜାଣିଥିବେ ଦିଲ୍ଲୀରେ ବାୟୁର ମାନ ଏବେ କେମିତି। ଏପରି ବୃଦ୍ଧିପାଉଥିବା ପ୍ରଦୂଷଣକୁ ଲକ୍ଷ୍ୟରେ ରଖି ୨୦୧୬ ମସିହାରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା, ଯାହାର ଆଧାର ଥିଲା ଏକ ୟୁଟ୍ୟୁବ୍‌ ଭିଡିଓ। ଏହାଦ୍ୱାରା ଶୁଦ୍ଧ ବାୟୁର ପ୍ୟାକେଜ୍‌ଡ ବିକ୍ରି ପାଇଁ ବୁଦ୍ଧି କରାଯାଇଥିଲା।

ଆଉ ଏବେ ବାୟୁ ପ୍ରଦୂଷଷ ଚେତାବନୀ ବିପଦ ପାଲଟିବା ପରେ କିଛି କମ୍ପାନୀ ଏହି ତରିକା ଆପଣାଇ ବିକ୍ରି କରିବା ଆରମ୍ଭ କରିଛନ୍ତି ଶୁଦ୍ଧ ବାୟୁ। ଔଜୈର, ଭିଟାଲିଟି ଏୟାର ଏବଂ ଭାରତୀୟ ବ୍ରାଣ୍ଡ୍‌ ପ୍ୟୁର୍‌ ହିମାଲୟନ୍‌ ଏୟାର ବଟ୍‌ଲ୍‌ଡ୍‌ ଏୟାର ଯୋଜନା ନେଇ ବ୍ୟବସାୟକୁ ଓହ୍ଲାଇଛନ୍ତି।

ପ୍ୟୁର୍‌ ହିମାଲୟାନ୍‌ ଏୟାର୍‌ ୧୦ ଲିଟର ପବନକୁ ୫୫୦ ଟଙ୍କା ନେଉଛି। ଏପରି ବ୍ୟବସାୟ ପ୍ରଥମେ ଆରମ୍ଭ କରିଥିଲା କ୍ୟାନାଡାର କମ୍ପାନୀ ଭାଇଟାଲିଟି ଏୟାର। ଏହାପରେ ଅଷ୍ଟ୍ରେଲିଆଭିତ୍ତିକ କମ୍ପାନୀ ଔଜୈର ୭.୫ ଲିଟରକୁ ୧୫୦୦ ଟଙ୍କାରେ ବିକ୍ରି କରୁଛି।

ଆମେ ପ୍ରତି ମିନିଟ୍‌ରେ ୮-୧୦ ଲିଟର ବାୟୁ ପ୍ରଶ୍ୱାସରେ ନେଉ। ତେଣୁ ଗାଣିତିକ ହିସାବରେ ଏଭଳି ଗଣ୍ଡେ କିଣି ଦଣ୍ଡେ ଜିଇଁବା ଆମ ଭିତରୁ ପ୍ରାୟ ସମସ୍ତଙ୍କ ପାଇଁ ଅସମ୍ଭବ। ତେଣୁ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।



from Odisha Reporter https://ift.tt/2recOqz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages