ବିଜେଡିକୁ ଭୟ ବିଜେଡି, ବଢୁଛି ଗୋଷ୍ଠୀ କନ୍ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ବିଜେଡିକୁ ଭୟ ବିଜେଡି, ବଢୁଛି ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷ ହେଲା ବିଜେଡିର ପଦଯାତ୍ରା। ଆଉ ପଦାକୁ ଆସିଲା ଦଳରେ ଥିବା ଗୋଷ୍ଠୀ କନ୍ଦଳ। ପୁରୀ ଜିଲ୍ଲାରୁ ଆରମ୍ଭ କରି ମୟୂରଭଞ୍ଜ ଯାଏ ଅନେକ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ବେଳେ ବିଜେଡି ବିଧାୟକଙ୍କୁ ଦଳ ଭିତରୁ ବିରୋଧର ସାମ୍ନା କରିବାକୁ ପଡ଼ିଛି। ଦୁଇ ମାସ ଧରି ଚାଲିଥିବା ଦଳର ଜନସଂପର୍କ ପଦଯାତ୍ରା ବେଳେ ଏଭଳି ଚିତ୍ର ସାମ୍ନାକୁ ଆସିଛି।

କାକଟପୁର ନିର୍ବାଚନମଣ୍ଡଳୀରେ ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାୟକ ଓ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୧୪ ନମ୍ବର ଜୋନ୍‌ରେ ପଦଯାତ୍ରା ବେଳେ ସୁରେନ୍ଦ୍ର ସେଠୀଙ୍କ ବିରୋଧରେ ବର୍ଷିଥିଲେ ସୁର ନାୟକ। ଆଉ ସୁରେନ୍ଦ୍ରଙ୍କୁ ପୁଣି ଥରେ ଟିକେଟ୍‌ ନଦେବାକୁ ଦାବି କରିଥିଲେ। କିଛି ସ୍ଥାନରେ ତ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ କଳାପତାକା ବି ଦେଖାଇଥିଲେ।

ସେହିପରି ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ ଏଠାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଜନ ସମାବେଶର ଆୟୋଜନ କରିଥିଲେ।

ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରେ ସାଂସଦ ରବୀନ୍ଦ୍ର ଜେନା ଓ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ସାହୁ ମୁହାଁମୁହିଁ ହୋଇଛି। ସ୍ଥିତି ଏମିତି ହୋଇଛି ଯେ, ଡଗରା ପଞ୍ଚାୟତରେ ସାଂସଦ ଓ ବିଧାୟକ ଗୋଷ୍ଠୀ ଭିନ୍ନଭିନ୍ନ ପଦଯାତ୍ରା କରିଛନ୍ତି। ଆଉ ସାଂସଦଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ବିଧାୟକଙ୍କ ସମର୍ଥକ।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ବିଧାୟକ ପ୍ରବୀଣ ଭଞ୍ଜଦେଓଙ୍କ ଅନୁପସ୍ଥିତିରେ ବିଜେଡି ନେତା କୃଷ୍ଣ ଦାସ ପଦଯାତ୍ରାର ଆୟୋଜନ କରିଥିଲେ। ଆଉ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ମଧ୍ୟ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧୀ ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। କିଛି ସ୍ଥାନରେ ବିଧାୟକଙ୍କ ସହ ସ୍ଥାନୀୟ ନେତା ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଅନ୍ୟ କିଛି ସ୍ଥାନରେ ଥାର୍ଡ ଫ୍ଲୋର୍ ଓ ନିର୍ଦ୍ଦିଷ୍ଟ କୋଟେରୀ ଦ୍ୱାରା ବିଶୃଙ୍ଖଳା ସୃଷ୍ଟି କରାଯାଉଥିବା କୁହଯାଉଛି।
ସେପଟେ ଦଳୀୟ ମୁଖପାତ୍ର ସମୀର ଦାଶ କହିଛନ୍ତି, କାଁ ଭାଁ କିଛି ସ୍ଥାନରେ ପଦଯାତ୍ରା ବେଳେ ଏଭଳି ଘଟଣା ଘଟିଛି। ସେସବୁର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।

କେବଳ ପଦଯାତ୍ରା ନୁହେଁ ନୂଆଁଖାଇ ଭେଟ୍‌ଘାଟ୍‌, ମୁଁ ହିରୋ ଭଳି ବିଜେଡିର ଅନେକ କାର୍ଯ୍ୟକ୍ରମରେ ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଥିଲା। ଲୋଇସିଂହାରେ ନୂଆଁଖାଇ ଭେଟ୍‌ଘାଟ୍‌ ବେଳେ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କୁ ବିରୋଧ କରାଯାଇଥିଲା। ସେଠାରେ ବିଧାୟକ ଓ ସାଂସଦ କଳିକେଶଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ତେବେ ଏହି ଗୋଷ୍ଠୀ କନ୍ଦଳରୁ ବିଜେଡି କେତେ ଘାଟା ଖାଇବ ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।



from Odisha Reporter https://ift.tt/2FPng1X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages