ଝିଅ ଅନ୍ୟ ଜାତିରୁ ବାହା ହୋଇଥିବାରୁ ବାସନ୍ଦ ହେଲେ ପୂର୍ବତନ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଝିଅ ଅନ୍ୟ ଜାତିରୁ ବାହା ହୋଇଥିବାରୁ ବାସନ୍ଦ ହେଲେ ପୂର୍ବତନ ବିଧାୟକ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ସଂପ୍ରଦାୟର ଲକ୍ଷ୍ମଣ ରେଖା ଡେଇଁ ହରଡ଼ଘଣାରେ ପଡ଼ିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ। ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ସଦନଙ୍କୁ ବାସନ୍ଦ କରିଛି ଭତରା ସମାଜ। ଅନ୍ୟ ଜାତିରେ ଝିଅ ବାହା ଦେଇ ସଦନ ଆଦିବାସୀ ସମାଜର ପରମ୍ପରା ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେଣୁ ଜାତି ଅନୁଶାସନ ଭଙ୍ଗ ଅଭିଯୋଗରେ ତାଙ୍କୁ ବାସନ୍ଦ କରାଯାଇଛି। ସେହିପରି ତାଙ୍କ ଝିଅ ବାହାଘର ଭୋଜିରେ ଯୋଗଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୂଜବଳ ମାଝୀ ଓ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ବିରୋଧରେ ମଧ୍ୟ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଏହି ତିନି ଜଣଙ୍କୁ ସାମୟିକ ବାସନ୍ଦ କରିଛି ଭତରା ସମାଜ।

 ସେପଟେ ଅନ୍ୟ ଜାତିରେ ଝିଅ ବାହାଘର ପାଇଁ ନୁହେଁ, ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଅଭିସନ୍ଧି ରଖି ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ସଦନ ଅଭିଯୋଗ କରିଛନ୍ତି। ସେହିପରି ବାହାଘର ଭୋଜିରେ ଯୋଗ ଦେଇଥିବା ସଂପ୍ରଦାୟର ଅନ୍ୟ ୩ ନେତା ମଧ୍ୟ ସେମାନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି।



from Odisha Reporter http://bit.ly/2EYc7dR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages