‘ରାମାୟଣ’ର ସୀତା ଏବେ କରୁଛନ୍ତି କ’ଣ, ପଢ଼ନ୍ତୁ ଏହି ରିପୋର୍ଟରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

‘ରାମାୟଣ’ର ସୀତା ଏବେ କରୁଛନ୍ତି କ’ଣ, ପଢ଼ନ୍ତୁ ଏହି ରିପୋର୍ଟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୌରାଣିକ ଧାରାବାହିକ ‘ରାମାୟଣରେ ମାତା ସୀତାଙ୍କ ଚରିତ୍ରରେ ନିଖୁଣ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇପାରିଥିଲେ ଦୀପିକା ଚିଖାଲିଆ। ୧୯୮୭-୮୮ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଥିବା ଏହି ଧାରାବାହିକରେ ଦୀପିକାଙ୍କ ଅଭିନୟ ଯାଦୁର ପଟାନ୍ତର ନାହିଁ। ଏମିତିକି ଲୋକେ ସେତେବେଳେ ଦୀପିକାଙ୍କୁ ପୂଜା କରୁଥିଲେ। ଦୀପିକାକଙ୍କୁ ଏବେ ୫୩ ବର୍ଷ ଛୁଇଁଲାଣି। ୨୯ ଏପ୍ରିଲ୍‌ ୧୯୬୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଦୀପିକା ରାମାୟଣ ସିରିଏଲରେ ଅଭିନୟ କରିବା ପୂର୍ବରୁ କେତେକ ସିନେମାରେ କାମ କରିଥିଲେ।

ତେବେ ରାମାୟଣ ସିରିଏଲ୍‌ରେ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଏବେ କେମିତି ଅଛନ୍ତି ଓ କ’ଣ କରୁଛନ୍ତି ଜାଣିଛନ୍ତି କି? ଆଜି ଆସନ୍ତୁ ତାଙ୍କ ବିଷୟରେ କିଛି ଖାସ୍‌ କଥା ଜାଣିବୁ। ୧୯୮୬ରେ ଭଗବାନ ଦାଦା, ୧୯୮୭ରେ ରାତ୍‌କେ ଅନ୍ଧେରେ ମେଁ, ୧୯୯୪ରେ ଖୁଦାଇ ଆଦି ଫିଲ୍ମରେ କାମ କରିଥିଲେ ଦୀପିକା। ହେଲେ ତାଙ୍କ ଅଭିନୀତ ‘ରାମାୟଣ’ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା।

ଜଣାଶୁଣା ପୌରାଣିକ ଧାରାବାହିକ ନିର୍ମାତା ରାମାନନ୍ଦ ସାଗରଙ୍କ ପ୍ରଯୋଜିତ ଏହି ରାମାୟଣ ସିରିଏଲ୍‌ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅରୁଣ ଗୋବିଲ ଏବଂ ସୀତା ଭୂମିକାରେ ଦିପିକା ଚିଖାଲିଆଙ୍କୁ ନିଆଯାଇ ଥିଲା। ଏହି କାଳଜୟୀ ଧାରାବାହିକ ଆଜି ବି ବେଶ ଲୋକପ୍ରିୟତାର ଶୀର୍ଷରେ ରହିଛି। ହେଲେ ସେତେବେଳେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆ ଏବେ ଏକ କସ୍‌ମେଟିକ୍‌ କମ୍ପାନୀର ମାର୍କେଟିଂ ଟିମ୍‌ ହେଡ୍‌ ଅଛନ୍ତି।

ଦୀପିକା ହେମନ୍ତ ଟୀପିୱାଲାଙ୍କୁ ବିବାହ କରିଛନ୍ତି। ଶୃଙ୍ଗାର ବିନ୍ଦି ଏବଂ ଟିପ୍ସ ଆଣ୍ଡ ଟୋଜ୍‌ ନେଲପଲିସିର ମାଲିକ ଅଛନ୍ତି ହେମନ୍ତ ଟୀପିୱାଲା। ସେହି କମ୍ପାନୀରେ ଦୀପିକା ମାର୍କେଟିଂ ଟିମ୍‌ ମୁଖ୍ୟ ଅଛନ୍ତି। ଦୀପିକାଙ୍କର ୨ ଜଣ ଝିଅ ଅଛନ୍ତି।



from Odisha Reporter http://bit.ly/2SwtlSM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages