କଥା ରଖିଲେ କମଲନାଥ, ଶପଥ ନେବାର ଦୁଇ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

କଥା ରଖିଲେ କମଲନାଥ, ଶପଥ ନେବାର ଦୁଇ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼

ଭୋପାଲ୍‌: ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ମଧ୍ୟପ୍ରଦେଶର ନୂଆ କଂଗ୍ରେସ ସରକାର। ବରିଷ୍ଠ କଂଗ୍ରେସ ନେତା କମଲନାଥ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି। ସେ ଶପଥ ନେବାର ୨ ଘଣ୍ଟା ପରେ ପ୍ରତିଶ୍ରୁତି ମୁତାବକ ରାଜ୍ୟର ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରିବାକୁ ଏକ ଫାଇଲ୍‌ରେ ଦସ୍ତଖତ କରିଛନ୍ତି।

ଫାଇଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ, ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ।

କଂଗ୍ରେସ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କ୍ଷମତାକୁ ଆସିଲେ ରାଜ୍ୟର ଚାଷୀଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହ ଯୁବକମାନଙ୍କୁ ଶିଳ୍ପ ପ୍ରତିଷ୍ଠାନରେ ଚାକିରି ଦେବାକୁ ବ୍ୟବସ୍ଥା କରିବା ସହ ସରକାର ୫ ବର୍ଷ ଯାଏ ଦରମା ଦେବେ ବୋଲି କହିଥିଲା।

କମଲନାଥଙ୍କ କୃଷି ଋଣ ଛାଡ଼ ସମ୍ପର୍କରେ ଟ୍ୱିଟ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, “ ମୁଖ୍ୟମନ୍ତ୍ରୀ ଏବେ କୃଷି ଋଣ ଛାଡ଼ କରିଛନ୍ତି। ଅର୍ଥାତ ଗୋଟିଏ ପ୍ରତିଶ୍ରୁତି ପୂରଣ ହେଲା। ଆଉ ଦୁଇଟି ପ୍ରତିଶ୍ରୁତି ବାକି ରହିଲା।”

କଂଗ୍ରେସ ଉପରୋକ୍ତ ଦୁଇଟି ପ୍ରତିଶ୍ରୁତି ବ୍ୟତୀତ ଚାଷୀଙ୍କୁ ସାମାଜିକ ସୁରକ୍ଷା ପେନସନ୍‌ ଦେବ ବୋଲି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଚାଷୀମାନେ ଦୀର୍ଘଦିନ ହେଲାଣି ଏସବୁ ଦାବି ନେଇ ଆନ୍ଦୋଳନ କରୁଥିଲେ। ହେଲେ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଚାଷୀଙ୍କୁ ଖୁସି କରିଦେଇଛି।



from Odisha Reporter https://ift.tt/2SUqtz4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages