ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ଡକରା, ଖେଳିବେ ବକ୍ସିଂ ଡେ’ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ଡକରା, ଖେଳିବେ ବକ୍ସିଂ ଡେ’ ଟେଷ୍ଟ

ନୂଆଦିଲ୍ଲୀ: ଆହତ ସମସ୍ୟା ଯୋଗୁ ଏସିଆ କପ୍‌ ପରେ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଫିଟ୍‌ ହୋଇଛନ୍ତି। ରଣଜୀ ମ୍ୟାଚ୍‌ରେ ଉଭୟ ବଲ୍‌ ଏବଂ ବ୍ୟାଟ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ପାଣ୍ଡ୍ୟାଙ୍କୁ ଏବେ ଅଷ୍ଟ୍ରେଲିଆ ଯିବାକୁ ଅନୁମତି ମିଳିଛି।

ସେ ଅଷ୍ଟ୍ରେଲିଆ ବିପକ୍ଷ ବଳକା ୨ଟି ଟେଷ୍ଟ୍‌ରେ ସାମିଲ ହେବେ। ବିଶେଷ କରି ଆସନ୍ତା ୨୬ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ଐତିହାସିକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ବକ୍ସିଂ ଡେ’ ଟେଷ୍ଟ ଖେଳିବ। ଏହି ଟେଷ୍ଟ୍‌ରେ ପାଣ୍ଡ୍ୟା ଖେଳିବେ ବୋଲି ଏକ ପ୍ରକାରର ସ୍ଥିର ହୋଇଛି।

ଦୀର୍ଘ ୩ ମାସ ହେଲା ବ୍ୟାକ୍‌ ଇଞ୍ଜୁରୀ ଯୋଗୁ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ଏବଂ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ତେବେ ରଣଜୀ ମ୍ୟାଚ୍‌ରେ ହାର୍ଦ୍ଦିକ ଫର୍ମକୁ ଫେରିବା ସହ ୭ଟି ୱିକେଟ୍‌ ଦଖଲ କରିଥିଲେ।

ଏଥିସହ ବ୍ୟାଟିଂରେ ଅର୍ଦ୍ଧଶତକ ହାସଲ କରିବା ପରେ ତାଙ୍କୁ ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଭଦୋଦରା ପକ୍ଷରୁ ରଣଜୀ ଖେଳୁଥିବା ହାର୍ଦ୍ଦିକ ଆସନ୍ତା ରଣଜୀ ମ୍ୟାଚ୍‌ରେ ଖେଳିବେ ନାହିଁ ବୋଲି ଦଳର ଅଧିନାୟକ କେଦାର ଦେଓଧର କହିଛନ୍ତି।

ସେ କହିଛନ୍ତି, ହାର୍ଦ୍ଦିକଙ୍କୁ ଅଷ୍ଟ୍ରେଲିଆରୁ ଡକରା ମିଳିଛି। ସେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ଖେଳିବାକୁ ଟିମ୍‌ ଇଣ୍ଡିଆରେ ସାମିଲ ହୋଇଛନ୍ତି।”



from Odisha Reporter https://ift.tt/2QAKTQL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages