୫ ପୁଲିସ କର୍ମଚାରୀଙ୍କ ଚାକିରି ଖାଇଥିଲା, ଏନ୍‌କାଉଣ୍ଟରରେ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

୫ ପୁଲିସ କର୍ମଚାରୀଙ୍କ ଚାକିରି ଖାଇଥିଲା, ଏନ୍‌କାଉଣ୍ଟରରେ ଜୀବନ ଗଲା

ବ୍ରହ୍ମପୁର (ଜଗନ୍ନାଥ ସାହୁ): ତଥାକଥିତ ‘ଅପରାଧମୁକ୍ତ ସମାଜ’ ଗଠନ ପାଇଁ ଲାଗି ପଡ଼ିଛି ଗଞ୍ଜାମ ପୁଲିସ। ଆଜି ସକାଳେ ଦୁର୍ଦ୍ଦାନ୍ତ ଅପରାଧୀ ମାଛୁଆକୁ ପୁଲିସ ଏନ୍‌କାଉଣ୍ଟର କରିଥିବା ବେଳେ ଦି’ପହରରେ ବାବୁ ନାଏକ ଓ ତାଙ୍କ ସହଯୋଗୀକୁ ଧରିବାରେ ସକ୍ଷମ ହୋଇଥିଲା। ବାବୁ ଦେହରେ ଗୁଳି ବାଜିଥିବାରୁ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।

ଆଜି ଦିନ ଦି’ପହରରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଏକ ଓ ତାଙ୍କର ସହଯୋଗୀ ତପନ ଜେନା ଏକ ବାଇକ୍‌ରେ କରଡ଼ାବଣି ଜଙ୍ଗଲରେ ଯାଉଥିଲେ। ଏ ସମ୍ପର୍କରେ ଜଗନ୍ନାଥପ୍ରସାଦ ଥାନା ପୁଲିସ ଜାଣିପାରି ରାସ୍ତା ବ୍ଲକିଂ କରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ବାବୁ ଓ ତାଙ୍କ ସହଯୋଗୀ ପୁଲିସ ଉପରକୁ ଗୁଳି ଚଳାଇ ଥିଲେ। ଏହାର ଜବାବରେ ପୁଲିସ ପାଲଟା ଗୁଳି ଚାଳନା କରିଥିଲା। ଫଳରେ ବାବୁ ଓ ତାଙ୍କୁ ସହଯୋଗୀ ଆହତ ହୋଇଥିଲେ। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ସେମାନଙ୍କଠାରୁ ଦୁଇଟି ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି।

ବାବୁ ନାଁରେ ୪୦ରୁ ଅଧିକ ଅପରାଧିକ ମାମଲା ରହିଛି। ସେପ୍ଟେମ୍ୱର ୧୨ ତାରିଖରେ ବାବୁ ପୁଲିସକୁ ଚକ୍‌ମା ଦେଇ ଭଞ୍ଜନଗର ଜେଲ୍‌ ପାଚେରି ଡେଇଁ ଫେରାର ହୋଇଯାଇଥିଲା। ତେବେ ଅକ୍ଟୋବର ୯ ତାରିଖରେ ଏକ ବାଇକ୍‌ରେ ବୋମା ନେଇ ଯାଉଥିବା ବେଳେ ଭଞ୍ଜନଗର ବାଇପାସ୍‌ରେ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବୋମାଟି ବିସ୍ଫୋରଣ ହେବାରୁ ବାବୁ ଗୁରୁତର ଆହତ ହୋଇଥିଲା। ପୁଲିସ ତାଙ୍କୁ ଗିରଫ କରି ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ତେବେ ନଭେମ୍ୱର ୨୫ ତାରିଖରେ ବାବୁ ପୁଲିସକୁ ଚକ୍‌ମା ଦେଇ ମେଡିକାଲ୍‌ରୁ ଚମ୍ପଟ ମାରିଥିଲା। ଏହି ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ନିଲମ୍ୱିତ ହୋଇଥିଲେ। ସେହିଦିନଠାରୁ ବାବୁ ଫେରାର ଥିଲା। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲା। ମାତ୍ର ବାବୁକୁ ଧରିବାରେ ସଫଳ ହେଉନଥିଲା।

୨୦୧୭ ଅଗଷ୍ଟ ୩ ତାରିଖରେ ବାବୁକୁ ପୁଲିସ ପ୍ରଥମେ ଏନ୍‌କାଉଣ୍ଟର କରିଥିଲା। ତା’ଠାରୁ ପୁଲିସ ଏକ କେଜି ସୁନା ଓ ମାରଣାସ୍ତ୍ର ଜବତ କରିଥିଲା।



from Odisha Reporter http://bit.ly/2V3yKm5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages