
ମେଲବର୍ଣ୍ଣ: ୨୦୧୮ ବର୍ଷର ଶେଷ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଟିମ୍ ଇଣ୍ଡିଆର ଅଧିନାୟକ ତଥା ରନ୍ ମେସିନ୍ ଶୂନରେ ଆଉଟ୍ ହୋଇ ଏକାଧିକ ରେକର୍ଡରୁ ବଞ୍ଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ବିରାଟ୍ ଖାତା ଖୋଲିବା ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ବଲ୍ରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଛନ୍ତି।
ଏଭଳି ଶୂନରେ ଆଉଟ୍ ହୋଇ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ ହାସଲ କରିବା ରେକର୍ଡରୁ ବିରାଟ୍ ବଞ୍ଚିତ ହୋଇଛନ୍ତି। ବିରାଟ୍ ଚଳିତ ବର୍ଷ କ୍ରିକେଟର ୩ଟି ଯାକ ଫର୍ମାଟରେ ସମୁଦାୟ ୨୭୩୫ ରନ୍ କରିଛନ୍ତି।
ଅର୍ଥାତ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ ହାସଲକାରୀ ରିକି ପଣ୍ଟିଂଙ୍କଠାରୁ ୯୮ ରନ୍ ପଛରେ ରହିଯାଇଛନ୍ତି। ପଣ୍ଟିଂ ୨୦୦୫ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨୮୩୩ ରନ୍ କରିଥିଲେ। ଆଜି ଯାଏ ବିଶ୍ୱର କୌଣସି ଖେଳାଳି ଏହାକୁ ଭାଙ୍ଗି ପାରିନାହାନ୍ତି।
୨୦୧୪ରେ ଶ୍ରୀଲଙ୍କା ବ୍ୟାଟସ୍ମ୍ୟାନ୍ କୁମାର ସାଙ୍ଗାକାରା ଏକଦା ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିବାର ନିକଟତର ହୋଇଥିଲେ। ତେବେ ସେ ୨୮୧୩ ରନ୍ କରି ୨୦ ରନ୍ ପଛରେ ରହିଯାଇଥିଲେ।
ଗତବର୍ଷ ବିରାଟ୍ ୨୮୧୮ ରନ୍ କରି ସାଙ୍ଗାକାରାଙ୍କୁ ଟପି ଯାଇଥିଲେ। ହେଲେ ପଣ୍ଟିଂଙ୍କ ରେକର୍ଡକୁ ଅତିକ୍ରମ କରିପାରି ନଥିଲେ।
from Odisha Reporter http://bit.ly/2ESjG5a
No comments:
Post a Comment