ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରସଙ୍ଗରେ ବିଜେଡିର ଦୋମୁହାଁନୀତି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରସଙ୍ଗରେ ବିଜେଡିର ଦୋମୁହାଁନୀତି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭାରେ ପାସ୍‌ ହୋଇଥିବା ତିନ୍‌ ତଲାକ ବିଲ୍‌କୁ ବିରୋଧ କରି ଓଡ଼ିଶାର କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ କ୍ଷେତ୍ରରେ ରେ ନିଜର ଦୋମୁହାଁ ନୀତି ପ୍ରଦର୍ଶନ କରିଛି ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍‌ ଯୋଗେ ବିଜେଡିର ମୁଖା ଖୋଲିଯାଇଛି ବୋଲି କହିଛନ୍ତି।

ସେ କହିଛନ୍ତି, “ ମୁସଲିମ ସଂପ୍ରଦାୟର ଭଉଣୀମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତିନ୍‌ ତଲାକ ବିଲ୍‌ରେ ବ୍ୟବସ୍ଥା ରହିଛି। ଏଭଳି ଏକ ବିଲ୍‌କୁ ବିଜେଡିର ବିରୋଧ କ’ଣ ପାଇଁ? କ’ଣ ପାଇଁ ବିଜେଡି ତିନ ତଲାକ ଅପରାଧକୁ ଜାମିନବିହୀନ କରିବା ବଦଳରେ ଥାନାରୁ ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରିବା ସପକ୍ଷରେ ଯୁକ୍ତି ବାଢ଼ି ଏହି ବିଲ୍‌କୁ ବିରୋଧ କରୁଛି?”
ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି, “ କ’ଣ ପାଇଁ ବିଜେଡି ତିନ୍‌ ତଲାକ ଅପରାଧୀର ଜୋରିମାନା ସୀମାକୁ ସର୍ବାଧିକ ୫ ଲକ୍ଷ ଟଙ୍କାରେ ସୀମିତ କରିବାକୁ ଚାହୁଁଛି? ମହିଳାଙ୍କ ସମ୍ମାନ କ’ଣ ୫ ଲକ୍ଷ ଟଙ୍କାରେ ସୀମିତ କରାଯିବା ବିଜେଡିର ଆଭିମୁଖ୍ୟ?”

ସେ ଆହୁରି କହିଛନ୍ତି, “ମହିଳାଙ୍କୁ ୩୩% ସ୍ଥାନ ସଂରକ୍ଷଣ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପିପିଲର ଗଣଦୁଷ୍କର୍ମ ପୀଡ଼ିତା ମାମଲାରେ ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲା ବେଳେ ଏହି ଦଳିତ ଝିଅକୁ ନ୍ୟାୟ ମିଳିଲା ଭଳି କଥା କହି ରାଜ୍ୟର ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ତାଚ୍ଛଲ୍ୟ କରୁଛନ୍ତି। ହତ୍ୟାର ଶିକାର ହୋଇଥିବା ଇତିଶ୍ରୀ ହେଉ ବା କୁନ୍ଦୁଲି ପୀଡ଼ିତା, ବେଲଟିକିରି ଶେଲଟର ହୋମରେ ନିର୍ଯାତନା ଅଥବା ରାଜ୍ୟରେ ବଢ଼ି ଚାଲିଥିବା ମହିଳା ବିରୋଧୀ ହିଂସା ବିଶେଷ ଭାବରେ ଶିଶୁ, କିଶୋରୀ ଝିଅଙ୍କ ବଳାତ୍କାର ମାମଲା ରାଜ୍ୟରେ ମହିଳାଙ୍କ ଅସୁରକ୍ଷାର ଚିତ୍ରକୁ ସ୍ପଷ୍ଟ କରୁଛି। ଏହାର ଜବାବ ମାଗୁଛନ୍ତି ମହିଳା ଏବଂ ଜବାବ ମାଗୁଛି ଓଡ଼ିଶା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2AlzV7u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages