ପ୍ରତିଷ୍ଠା ଦିବସରେ ବିଜେଡିରେ ମିଶିବେନି ଦିଲ୍ଲୀପ-ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ପ୍ରତିଷ୍ଠା ଦିବସରେ ବିଜେଡିରେ ମିଶିବେନି ଦିଲ୍ଲୀପ-ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଆସନ୍ତାକାଲି ବିଜେଡିରେ ସାମିଲ ହେବେନି। ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ଏହି ଦୁଇ ବରିଷ୍ଠ ନେତାଙ୍କ ବିଜେଡିକୁ ଘରବାହୁଡ଼ା ହେବ ବୋଲି ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତା’ସହିତ ଏହି ଦୁଇ ନେତାଙ୍କ ପରବର୍ତ୍ତୀ ରାଜନୀତିକ କାର୍ଯ୍ୟପନ୍ଥାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦିଲ୍ଲୀପ ଏବେ ଓଡ଼ିଶାରେ ନଥିବାବେଳେ ବିଜୟଙ୍କୁ ଦଳରେ ଆସନ୍ତାକାଲି ସାମିଲ ହେବା ପାଇଁ ବିଜେଡି ପକ୍ଷରୁ କୌଣସି ଯୋଗାଯୋଗ କରାଯାଇନାହିଁ। ଦିଲ୍ଲୀପଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ରାୟ ଏବେ ଓଡ଼ିଶା ବାହାରେ ଅଛନ୍ତି। ସେ ୨୯ତାରିଖ ସୁଦ୍ଧା ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ରାୟ ବିଜେଡିରେ ସାମିଲ ହେବା ଖବର କେବଳ ଗଣମାଧ୍ୟମର ଚର୍ଚ୍ଚା ବୋଲି ତାଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି।

ଅପରପକ୍ଷରେ ବିଜୟ ମହାପାତ୍ରଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେଡିର ଗୋଟିଏ ଗୋଷ୍ଠୀ କିଛିଦିନ ଧରି ପ୍ରୟାସ କରିଥିଲେ ମଧ୍ୟ ଗ୍ରୀନ୍ ସିଗନାଲ ମିଳୁନଥିବାରୁ ତାଙ୍କର ମିଶ୍ରଣ ମଧ୍ୟ ସମ୍ଭବପର ହୋଇପାରିନି। ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସକୁ ନିର୍ବାଚନମଣ୍ଡଳୀ ସ୍ତରରେ ଧୂମଧାମରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି। ତେବେ ରାଜ୍ୟସ୍ତରରେ ପ୍ରତିଷ୍ଠା ଦିବସ ସମାରୋହ ଦଳୀୟ ମୁଖ୍ୟାଳୟରେ ପାଳନ ହେବ ଓ ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ପୂର୍ବରୁ ଦଳର ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ନବୀନ କି ସନ୍ଦେଶ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter http://bit.ly/2V8TlFz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages