
ମୁମ୍ବାଇ: ଫିନାଲେ ୱିକ୍ରେ ବିଗ୍ ବସ୍-୧୨ ରୋଚକ ମୋଡ଼ରେ ରହିଛି। ଶୋ’ର ଶେଷ ସପ୍ତାହରେ ବିଗ୍ ବସ୍ ଘରକୁ ଆସିବେ କିଛି ସ୍ପେଶାଲ ଗେଷ୍ଟ। ଆଉ କେହି ନୁହନ୍ତି, ବରଂ ସେମାନେ ହେଉଛନ୍ତି ପୂର୍ବ ସିଜିନ୍ଗୁଡ଼ିକରେ ଏହି ଶୋ’ରେ ସାମିଲ୍ ହୋଇଥିବା କିଛି ପ୍ରତିଯୋଗୀ। ଶେଷ ସପ୍ତାହର ଶେଷ ଟାସ୍କ ‘ବିବି ହୋଟେଲ୍’ କରାଇବାକୁ ବିଗ୍ ବସ୍ ଘରକୁ ଆସିବେ ହିନା ଖାନ୍, ପ୍ରିୟାଙ୍କ ଶର୍ମା, ଗୌତମ ଗୁଲାଟି ଓ ଜୁହି ପରମାର୍। ହିନା ଖାନ୍ ଏଥର ଦ୍ୱିତୀୟଥର ପାଇଁ ଆସିବେ। ପୂର୍ବରୁ ଆଉଥରେ ମଧ୍ୟ ହିନା ଆଉ ଏକ ଟାସ୍କ କରାଇବାକୁ ବିଗ୍ ବସ୍ ହାଉସ୍କୁ ଆସିଥିଲେ।
.@eyehinakhan is going to be the first guest in the BB Hotel and looks like she's got some insane chores for the housemates. Don't forget to watch #BiggBoss12 tonight at 9 PM for this fun fiesta. #BB12 pic.twitter.com/6PWcSIsuis
— COLORS (@ColorsTV) December 25, 2018
କଲର୍ସ ଚ୍ୟାନେଲ୍ର ଟ୍ୱିଟର୍ ହ୍ୟାଣ୍ଡେଲ୍ରେ ଶୋ’ର ନୂଆ ପ୍ରୋମୋ ଜାରି ହୋଇଛି। ଏଥିରେ ଦେଖିବାକୁ ମିଳିଛି, ଫିନାଲେ ୱିକ୍ର ଦ୍ୱିତୀୟ ଦିନରେ ହିନା ଖାନ୍ ଘରର ସଦସ୍ୟମାନଙ୍କ ପାଇଁ ଏକ ମଜାଦାର ଟାସ୍କ ନେଇ ଆସିଛନ୍ତି। ହିନା ଦୀପକ୍ଙ୍କ ଫାଳେ ଦାଢ଼ି ସେଭିଂ କରିବାକୁ କହୁଛନ୍ତି। ଯାହା କରିବା ପରେ ଦୀପକ୍ଙ୍କୁ ଦେଖି ଘରର ଅନ୍ୟ ସଦ୍ୟସମାନେ ନିଜ ହସକୁ ରୋକିପାରୁ ନାହାନ୍ତି। କେବଳ ଏତିକି ନୁହେଁ, ହିନା କରନ୍ବୀରଙ୍କୁ ନିଜ ଚୁଟି କର୍ଲ କରି ଆଖିରେ କଜଳ ଲଗାଇବାକୁ କହୁଛନ୍ତି।
Finale week ke doosre din @eyehinakhan laayi hai gharwalon ke liye kuch interesting tasks! Machega shor BB Hotel mein aaj raat 9 baje. #BiggBoss12 #BB12 @iamappyfizz @oppomobileindia @TheGarnierMan @letsdroom pic.twitter.com/eo8tUL66jW
— COLORS (@ColorsTV) December 25, 2018
ଶେଷ ସପ୍ତାହରେ ବିଗ୍ ବସ୍ ହାଉସ୍ରେ ଅନେକ ମଜା, ମସ୍ତି ଓ ଢେର୍ ଏଣ୍ଟରଟେନ୍ମେଣ୍ଟ ହେବ। ହିନା ଖାନ୍ଙ୍କ ପୂର୍ବରୁ ସପ୍ତାହର ପ୍ରଥମ ଦିନରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କର ମଧ୍ୟ ଏଣ୍ଟ୍ରି ହୋଇଥିଲା। ସେ କ୍ରିସ୍ମାସ୍ ଅବସରରେ ଆଞ୍ଜେଲ୍ ହୋଇ ଆସିଥିଲେ ଓ ଘରର ସଦସ୍ୟମାନଙ୍କୁ ତାଙ୍କ ପରିବାର ତରଫରୁ ପଠାଯାଇଥିବା ଉପହାର ଦେଲେ।

from Odisha Reporter http://bit.ly/2Q064GL
No comments:
Post a Comment