ମ୍ୟାଚ ପରେ କୁଆଡ଼େ ଯାଉଥିଲେ କି ତୃତୀୟ ମହଲା ବାବୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ମ୍ୟାଚ ପରେ କୁଆଡ଼େ ଯାଉଥିଲେ କି ତୃତୀୟ ମହଲା ବାବୁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ପ୍ରତିଯୋଗିତା ଅନ୍ତରାଳରେ ଦୁଇଜଣ ପ୍ରଭାବଶାଳୀ ଆଇଏଏସଙ୍କ ଘନିଷ୍ଠତା ବୃଦ୍ଧିକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ତୃତୀୟ ମହଲାର ପ୍ରଭାବଶାଳୀ ବାବୁ କୁଆଡ଼େ ନିୟମିତ ଭାବେ ମ୍ୟାଚ ସରିବା ପରେ ବିଶ୍ୱକପ୍ ହକି ଆୟୋଜନ ଦାୟିତ୍ୱରେ ଥିବା ଅନ୍ୟଜଣେ ଆଇଏଏସଙ୍କ ସହ ମିଶି ଗୋଟିଏ କାରରେ ପଡ଼ିଆ ଛାଡ଼ୁଥିଲେ। ଆଉ ସେମାନଙ୍କ କାର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଉଥିଲା, ଯେଉଁଠି ସେମାନେ କିଛି ଘଣ୍ଟା ବିତାଇବାପରେ ନିଜ ନିଜର ଘରକୁ ଫେରୁଥିଲେ। ତୃତୀୟ ମହଲାର ଯେଉଁ ପ୍ରଭାବଶାଳୀ ବାବୁଙ୍କୁ ଦେଖା କରିବାକୁ ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟ ସଚିବ ପାହ୍ୟାର ଅଫିସରମାନଙ୍କୁ ଘଣ୍ଟା ଘଣ୍ଟା ଧରି ଗୋଡ଼ ଭାଙ୍ଗି ଛିଡ଼ା ହେବାକୁ ପଡ଼େ, ସିଏ ପୁଣି ନିୟମିତ ଅନ୍ୟ ଜଣେ ଅଫିସରଙ୍କ ଗାଡ଼ିରେ ବସି ଏକାଠି କଳିଙ୍ଗ ଷ୍ଟାଡ଼ିୟମରୁ ଅଜଣା ସ୍ଥାନକୁ କାହିଁକି ଯାଉଥିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି।

ଶୁଣିବାକୁ ମିଳୁଛି, ବିଶ୍ୱକପ୍ ହକିର ଆୟୋଜନ କୁଆଡ଼େ ଏବେ ଓଡ଼ିଶା ସରକାରଙ୍କ ପାଇଁ ମନ୍ଦିରକୁ ମୁଖଶାଳା ଗିଳିଯିବା ଭଳି ପରିସ୍ଥିତି ହୋଇଛି। ରାଜ୍ୟର ଗୌରବ କଥା କହି ବିଶ୍ୱକପ୍ ହକି ଆୟୋଜନ ନାଁରେ କୋଟିକୋଟି ଟଙ୍କାର କାର୍ଯ୍ୟକୁ ବିନାଟେଣ୍ଡରରେ କୁଆଡ଼େ ମ୍ୟାଚ୍ ଦାୟିତ୍ୱରେ ଥିବା ଅନ୍ୟତମ ଆଇଏଏସ ନିଜର ପ୍ରିୟଜନଙ୍କୁ ବାଣ୍ଟିଥିଲେ। ନିଜର ଚାକିରି କାଳ ମଧ୍ୟରେ ଭୁବନେଶ୍ୱରରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତିର ମାଲିକ ସାଜିଥିବା ଏହି ଆଇଏଏସଜଣକ କୁଆଡ଼େ ନିଜ ପତ୍ନୀଙ୍କ ମାଲିକାନାରେ ଏକ ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଆଉ ବିଶ୍ୱକପରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ବିନା ଟେଣ୍ଡରରେ କୋଟିକୋଟି ଟଙ୍କା ଦେଇ କୁଆଡ଼େ ସେ ସମ୍ପୃକ୍ତ ଠିକାଦାରୀ ସଂସ୍ଥାରୁ ଅହେତୁକ ଅନୁକମ୍ପା ହାତେଇଛନ୍ତି। ଆଉ ନିଜର ପ୍ରସ୍ତାବିତ ହସ୍ପିଟାଲ କୋଠା ନିର୍ମାଣ କାର୍ଯ୍ୟ ବି ଏହି ମଉକାରେ ସାରିବାକୁ କୁଆଡ଼େ ଲକ୍ଷ୍ୟ ରଖିଛନ୍ତି।

ବିଶ୍ୱକପ୍ ସରିବା ପରେ ଏସବୁ କେଳେଙ୍କାରୀ ପଦାକୁ ଆସିବାର ଭୟ ଥିବାରୁ ସିଏ କୁଆଡ଼େ ଆଗୁଆ ତୃତୀୟ ମହଲା ବାବୁଙ୍କୁ ଖୁସି କରିବା ପାଇଁ ସବୁପ୍ରକାରର ପ୍ରୟାସ କରି କୁଆଡ଼େ ଶେଷରେ ସଫଳ ହୋଇଛନ୍ତି। କାରଣ ତୃତୀୟ ମହଲା ବାବୁ ଏଭଳି ପ୍ରଭାବିତ ହୋଇଗଲେ ଯେ ସେ କୁଆଡ଼େ ସବୁକାମକୁ ପଛରେ ପକାଇ ସମ୍ପୃକ୍ତ ଆଇଏସ ବାବୁଙ୍କ ଗାଡ଼ିରେ ବସି ସେହି ଅଜଣା ସ୍ଥାନକୁ ଯିବାକୁ ବ୍ୟାକୁଳ ହୋଇ ପଡ଼ୁଥିଲେ। ଅବଶ୍ୟ ସବୁପ୍ରକାରର ସୁବିଧା ଥିବା ସେହି ଅଜଣା ସ୍ଥାନରେ ତୃତୀୟ ମହଲା ବାବୁ କେତେ ସମୟ ବିତାଉଥିଲେ ଓ କ’ଣ କରୁଥିଲେ ତାହା ଠିକ ଜଣାପଡ଼ିନି। କିନ୍ତୁ ସମ୍ପୃକ୍ତ ଆଇଏଏସଙ୍କ ଚରିତ୍ର ଯାହା ତାହା କୁଆଡ଼େ ତୃତୀୟ ମହଲା ବାବୁଙ୍କ ଭାବମୂର୍ତ୍ତିକୁ ଧୂମିଳ କରାଇଛି।

ଆଉ ଏସବୁ ଜରିଆରେ ତୃତୀୟ ମହଲା ବାବୁଙ୍କ ପ୍ରିୟପାତ୍ର ବୋଲି ସମସ୍ତଙ୍କୁ ଦେଖାଇ ହୋଇ ସେହି ଆଇଏଏସଜଣକ କୁଆଡ଼େ ନିଜର ସମସ୍ତ ଅସାଧୁ କାର୍ଯ୍ୟ ଓ ରାଜକୋଷ ଲୁଟିବାର ସମସ୍ତ ପ୍ରମାଣକୁ ନଷ୍ଟ କରିବାରେ ଲାଗିଛନ୍ତି। ଦେଖାଯାଉ, ତୃତୀୟ ମହଲା ବାବୁଙ୍କ ନଜରକୁ ସେହି ଦୁର୍ନୀତିଗ୍ରସ୍ତ ଆଇଏଏସଙ୍କ ଅସଲ ଚେହେରା କେବେ ଆସୁଛି ଓ ଫେଭିକଲ ଯୋଡ଼ିରେ ଫାଟ ହେଉଛି କି ନାହିଁ, ତାକୁ ନେଇ ଚର୍ଚ୍ଚା।



from Odisha Reporter https://ift.tt/2PGgone

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages