ପର୍ବତାରୋହୀ କୁସାଙ୍ଗ ଦୋର୍ଜି ଶେର୍ପାଙ୍କ ଜୀବନୀ ଉନ୍ମୋଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ପର୍ବତାରୋହୀ କୁସାଙ୍ଗ ଦୋର୍ଜି ଶେର୍ପାଙ୍କ ଜୀବନୀ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ବନ୍ୟପ୍ରାଣୀବିତ୍‌ ତଥା ଦୁଃସାହସିକ କ୍ରୀଡ଼ା ପୃଷ୍ଠପୋଷକ ସୁଶାନ୍ତ କୁମାର ଦାସଙ୍କ ଦ୍ୱାରା ଲିଖିତ କିମ୍ୱଦନ୍ତୀ ପର୍ବତାରୋହୀ କୁସାଙ୍ଗ ଦୋର୍ଜି ଶେର୍ପାଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଗତ ୧୨ ତାରିଖରେ ଦାର୍ଜିଲିଂ ସ୍ଥିତ ହିମାଳୟ ପର୍ବତାରୋହଣ ସଂସ୍ଥା ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଦାର୍ଜିଲିଂ ପୁଲିସ ମହାନିରୀକ୍ଷକ ମନୋଜ କୁମାର ବର୍ମା ଓ ମୁଖ୍ୟବକ୍ତାଭାବେ ଗ୍ରୁପ୍ କ୍ୟାପଟେନ୍‌ ଜୟ କିଷାନ ଯୋଗଦେଇଥିଲେ। ହିମାଳୟ ପର୍ବତାରୋହଣ ସଂସ୍ଥାର ଉପାଧ୍ୟକ୍ଷ ଉଇଙ୍ଗ କମାଣ୍ଡାଣ୍ଟ ଦେବୀଦତ୍ତ ପଣ୍ଡା ଏଥିରେ ପୌରୋହିତ୍ୟ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳେଶ ଚତୁର୍ବେଦୀ, ଆଇପିଏସ୍‌, ଦାର୍ଜିଲିଂ ପୁଲିସ ଅଧିକ୍ଷକ କୁସାଙ୍ଗ ଶେର୍ପା ଓ ଲେଖକ ସୁଶାନ୍ତ ଦାସ ଉପସ୍ଥିତ ଥିଲେ।

କୁସାଙ୍ଗ ଶେର୍ପା ନିରକ୍ଷର ହୋଇଥିଲେ ମଧ୍ୟ ନିଜର ନିଷ୍ଠା, ଇଚ୍ଛାଶକ୍ତି ଓ ଦକ୍ଷତା ବଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥିଲେ। ସେ ଅନ୍ୟାନ୍ୟ ଗିରିଶୃଙ୍ଗ ବ୍ୟତୀତ ଏଭରେଷ୍ଟ ଶୃଙ୍ଗର ବିଭିନ୍ନ ପାର୍ଶ୍ୱରୁ ପାଞ୍ଚଥର ଆରୋହଣ କରି ପୃଥିବୀରେ ରେକର୍ଡ଼ ସୃଷ୍ଟି କରିପାରିଛନ୍ତି। କୁସାଙ୍ଗ ଶେର୍ପା ପ୍ରଥମ ଭାରତୀୟ ଓ ପୃଥିବୀର ପଞ୍ଚମ ପର୍ବତାରୋହୀ ଭାବେ ଏଭରେଷ୍ଟ ଶୃଙ୍ଗର ପୂର୍ବପଟ ତଥା ବିପଦସଙ୍କୁଳ କାଙ୍ଗଶୁଙ୍ଗ ପାର୍ଶ୍ୱ ଦେଇ ଆରୋହଣ କରି ସୃଷ୍ଟି କରିଥିବା ରେକର୍ଡ ୧୯୯୯ ମସିହା ପରଠାରୁ ଆଜିଯାଏ ଅକ୍ଷୁଣ୍ଣ ରହିଛି।

କୁସାଙ୍ଗ ଶେର୍ପା ଦାଦନ ଶ୍ରମିକରୁ ନିଜ ଜୀବନ ଆରମ୍ଭ କରିଥିଲେ। ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ହିମାଳୟ ପର୍ବତାରୋହଣ କରିପାରିଥିବା ସଂସ୍ଥାର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି। ଜଣେ କିମ୍ୱଦନ୍ତୀ ପର୍ବତାରୋହୀ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ସୁଶାନ୍ତ ଦାସଙ୍କ ଦ୍ୱାରା ଲିଖିତ କୁସାଙ୍ଗଙ୍କ ଆତ୍ମଜୀବନୀ ନିଶ୍ଚିତ ଭାବେ ପର୍ବତାରୋହୀ ତଥା ବର୍ତ୍ତମାନ ପିଢ଼ିର ଯୁବ ସମାଜକୁ ଉତ୍ସାହିତ କରିବ। ଉକ୍ତ ପୁସ୍ତକ ଉନ୍ମୋଚିତ ହେବା ପରେ ପୃଥିବୀର ପର୍ବତାରୋହଣ ସମ୍ୱନ୍ଧିତ ରଚନାବଳୀରେ ଏକ ନୂତନ ଅଧ୍ୟାୟ ଭାବେ ଯୋଡ଼ି ହୋଇଯିବ।



from Odisha Reporter https://ift.tt/2UYo0FA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages