ଏହି କାରଣରୁ ନେହା ଓ ହିମାଂଶଙ୍କ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଏହି କାରଣରୁ ନେହା ଓ ହିମାଂଶଙ୍କ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ନେହା କକ୍କର ଏବେ ନିଜ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବରୁ ଖବର ଆସିଥିଲା ନେହାଙ୍କ ବୟପ୍ରେଣ୍ଡ୍‌ ଅଭିନେତା ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍‌ ହୋଇଯାଇଛି। ଏହି ଘଟଣା ପରେ ନେହା ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ଓ ନିଜ ଦୁଃଖ ସୋଶାଲ ମିଡିଆ ଆକାଉଣ୍ଟ୍‌ରେ ସେୟାର ମଧ୍ୟ କରିଛନ୍ତି।

ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ହିମାଂଶଙ୍କ ସହ ଥିବା ସବୁ ଫଟୋ ହଟାଇବା ପରେ ଇନ୍‌ଷ୍ଟାଗ୍ରାମର ଷ୍ଟାଟସ୍‌ରେ ନିଜ ଦୁଃଖ ବଖାଣିଥିଲେ। ଏହାସହ ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ ବି ନିଜ ଦୁଃଖ ଲୁଚେଇ ପାରି ନଥିଲେ। ସେ ଜଣେ ପ୍ରତିଯୋଗୀଙ୍କର ଗୀତରେ କାନ୍ଦି ପକେଇ ଥିଲେ। ସେଟ୍‌ରେ ସବୁବେଳେ ହସ ହସ ମୁଡ୍‌ରେ ରହୁଥିବା ନେହାଙ୍କ ମୁହଁରୁ ବିଷାଦ ସ୍ପଷ୍ଟ ଜଣାପଡ଼ୁଥିଲା।

ତେବେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିବା ପରେ ସେମାନଙ୍କ ଫ୍ୟାନ୍‌ମାନଙ୍କୁ ବି ଏକ ବଡ଼ ଝଟକା ଲାଗିଛି। କାରଣ ଦୁହଁଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିଲେ। ଆଉ ଏବେ ସେମାନଙ୍କ ଆଲଗା ହେବାକୁ ଫ୍ୟାନ୍‌ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସମସ୍ତଙ୍କ ମନେ ସେମାନଙ୍କ ବ୍ରେକ୍‌ଅପ୍‌କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

nehaତେବେ ଶୁଣିବାକୁ ମିଳୁଛି ନେହା ଓ ହିମାଂଶ ଅଲଗା ହେବା ପଛର କାରଣ ହେଉଛି ‘ସନ୍ଦେହ’। ଖବର ମୁତାବକ, ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାର କାରଣ ହେଉଛି ଇଣ୍ଡିଆନ୍‌ ଆଇଡଲ୍‌ର ଜଣେ ପ୍ରତିଯୋଗୀ।  ସେ ପ୍ରତିଯୋଗୀଙ୍କ ପାଇଁ ହିମାଂଶ ନେହାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ। ଯାହା ପରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ସେଥିପାଇଁ ନେହା ଖୁବ୍‌ ଚିନ୍ତିତ ରହୁଥିଲେ। ଆଉ ଏହା ହିଁ ସେମାନଙ୍କ ବ୍ରେକ୍‌ଅପ୍‌ର କାରଣ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ କିଛିଦିନ ପୂର୍ବରୁ ‘ସ୍ପଟବୟ ପୋର୍ଟାଲ୍‌’ ପକ୍ଷରୁ ହିମାଂଶଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ନେହାଙ୍କୁ ପଚରାଯିବାରୁ ସେ ତାଙ୍କୁ ଚିହ୍ନି ନଥିବା କହିଥିଲେ। ସେ କହିଥିଲେ,‘‘ହିମାଂଶ କିଏ ? ମୁଁ ଏହି ନାଁର କୌଣସି ବ୍ୟକ୍ତିଙ୍କୁ ଜାଣିନାହିଁ।’’



from Odisha Reporter http://bit.ly/2VhwEii

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages