
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ଦଳ ପ୍ରଥମ ଇନିଂସ୍ରେ ୨୯୨ରନ୍ର ଅଗ୍ରଣୀ ଲାଭ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୫ ୱିକେଟ୍ ହରାଇ ୫୪ ରନ୍ କରିଛି। ୫୦ ରନ୍ କରିବା ପୂର୍ବରୁ ଦଳ ୫ଟି ୱିକେଟ୍ ହରାଇଥିଲା। ନବାଗତ ମୟଙ୍କ ଅଗ୍ରୱାଲ ଓ ୱିକେଠ୍ କିପର ଋଷଭ ପନ୍ତଙ୍କୁ ଛାଡ଼ି ଦେଲେ ଆଉ ସବୁ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଛନ୍ତି।
୧୨.୬ ଓଭରରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ପ୍ୟାଟ୍ କମିନ୍ସଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ହନୁମା ବିହାରୀ। ସେ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ୧୪.୨ ଓଭରରେ ପ୍ୟାଟ୍ଙ୍କ ଶିକାର ହୋଇଥିଲେ ଚେତେଶ୍ୱର ପୂଜାରା। ପୂଜାରା ଖାତା ଖୋଲି ପାରି ନଥିଲେ। ସେହିଭଳି ୧୪.୬ ଓଭରରେ କୋହଲି ଆଉଟ୍ ହୋଇଯାଇଥିଲେ। ସେ ବି ଖାତା ଖୋଲି ପାରି ନଥିଲେ। ଏ ଦୁହେଁ ମାର୍କସ୍ ହ୍ୟାରିସ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
୧୬ତମ ଓଭରରେ ଭାରତକୁ ପୁଣି ଝଟକା ଦେଇଥିଲେ ପ୍ୟାଟ୍ କମିନ୍ସ। ସେ ଆଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ନେଇଥିଲେ। ରାହାଣେ ୧ ରନ୍ କରି ଟିମ୍ ପେନ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ପ୍ରଥମ ଇନିଂସରେ ଅପରାଜିତ ଅର୍ଦ୍ଧଶତକ ମାରିଥିବା ରୋହିତ ଶର୍ମା ମାତ୍ର ୫ ରନ୍ କରି ଜୋଶ୍ ହେଜେଲ୍ଉଡ୍ଙ୍କ ଶିକାର ହୋଇଥିଲେ। ସେ ଶନ୍ ମାର୍ଶଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୨୨.୪ ଓଭରରେ ଦଳୀୟ ସ୍କୋର ୪୪ରେ ପହଞ୍ଚିଥିବା ବେଳେ ରୋହିତ ପଞ୍ଚମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ।
ମୟଙ୍କ ଓ ଋଷଭ ଆସନ୍ତାକାଲି ଦଳର ପାଳିକୁ ଆଗେଇ ନେବେ। ମୟଙ୍କ ୨୮ ରନ୍ କରି ଅପରାଜିତ ଥିବା ବେଳେ ଋଷଭ ୬ ରନ୍ କରିଛନ୍ତି।
ଅଷ୍ଟ୍ରେଲିଆ ଆଗରେ ଦଳ ୪୦୦ ରନ୍ର ଟାର୍ଗେଟ୍ ରଖିବାକୁ ଚେଷ୍ଟା କରିବ। ପ୍ରଥମ ଇନିଂସର ଅଗ୍ରଣୀ ରନ୍ ଓ ଆଜି ୫୪ ରନ୍କୁ ମିଶାଇଲେ ଭାରତୀୟ ଦଳର ସ୍କୋର ୩୪୬ରେ ପହଞ୍ଚି ସାରିଛି।
ଭାରତ ପ୍ରଥମ ଇନିଂସ୍ରେ ୭ ୱିକେଟ୍ରେ ୪୪୩ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୧୫୧ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା।
from Odisha Reporter http://bit.ly/2QaKmA8
No comments:
Post a Comment