
ମୁମ୍ବାଇ: ସେଟ୍ରେ ରଣବୀର୍ଙ୍କ ସହ ସାରାଙ୍କ କେମିଷ୍ଟ୍ରି ଏଥର୍ ଖୁବ୍ ଜମିଛି। ଆଖି ମାରି ହୃତ୍ ସ୍ପନ୍ଦନ ବଢ଼ାଇ ଦେଇଛନ୍ତି ସାରା। ସିଟି ବାଜିଛି ଆଉ ଇସାରା ଇସାରାରେ ଲଟ୍ଟୁ ହୋଇଛନ୍ତି ରଣବୀର୍। ‘ସିମ୍ବା’ ଗୋଟିଏ ଗୀତ ରିଲିଜ୍ ହେବା ପରେ ଏହାକୁ ନେଇ ଭାରି ଚର୍ଚ୍ଚା।
‘ଦିଲ୍ ଧଡକାଏ, ସିଟି ବଜାଏ, ବିଚି ସଡ଼କେ ପେ ନଖରେ ଦିଖାଏ ସାରେ, କର୍କେ ଇସାରେ, ଓଃ ଲଡକି ଆଖଁ ମାରେ।…’
କହିଲେ ଦେଖି, ଗୀତର ବୋଲ୍ ଆପଣଙ୍କୁ କେମିତି ଲାଗିଲା?
ନିଶ୍ଚିତ ଭଲ ଲାଗିଥିବ।
କାରଣ ସାରା ଅଲ୍ଲୀ ଖାନ୍ ଓ ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ ‘ସିମ୍ବା’ର ଆଙ୍ଖେ ମାରେ ଗୀତ ରିଲିଜ୍ ହେବା ପରେ ସୋଶାଲ ମିଡ଼ିଆରେ ଭଲ ରେସ୍ପନ୍ସ ଆସିଛି। ଯାହାକୁ ଆଧାର କରି ଆମେ ଏ କଥା କହୁଛୁ।
ଅବଶ୍ୟ ଗୀତଟି ନୂଆ ନୁହେଁ। ଏହା ଅରସଦ୍ ୱର୍ସୀଙ୍କ ଫିଲ୍ମ ‘ତେରେ ମେରେ ସପ୍ନେ’ ଫିଲ୍ମର ‘ଆଙ୍ଖ୍ ମାରେ’ ଗୀତର ରିମେକ୍।
ଏହି ରିମେକ୍ ସଙ୍ଗୀତରେ ସାରା ଓ ରଣବୀର ଚଷମା ପିନ୍ଧି ଖୁବ୍ ଜମେଇକି ନାଚିଛନ୍ତି। ଏହି ଗୀତଟି ରିଲିଜ୍ ହେବା କ୍ଷଣି ଇଣ୍ଟରନେଟ୍ର୍ ଖୁବ୍ ଭାଇରାଲ୍ ହୋଇଛି। ଟି ସିରିଜ୍ର ଅଫିସିଆଲ୍ ଆକାଉଣ୍ଟ୍ରେ ରିଲିଜ୍ ହେବା କ୍ଷଣି ଏକ ଘଣ୍ଟାରେ ୫ ଲକ୍ଷ ଦର୍ଶକ ଏହାକୁ ଦେଖିଛନ୍ତି। ଏହି ଗୀତଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।
ଏହି ଗୀତଟିରେ ମିକା ସିଂ, ନେହା କକ୍କର୍, କୁମାର ସାନୁ କଣ୍ଠଦାନ କରିଛନ୍ତି।
ଫିଲ୍ମଟି ଡିସେମ୍ବର ୨୮ରେ ପରଦାକୁ ଆସିବ।
from Odisha Reporter https://ift.tt/2Ptn6wV
No comments:
Post a Comment