ଆଝାରୁଦ୍ଦିନ୍‌ ଯଦି କ୍ରିକେଟ୍‌କୁ ଫେରିପାରିଲେ ମୁଁ କାହିଁକି ନୁହେଁ:ଶ୍ରୀସନ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଆଝାରୁଦ୍ଦିନ୍‌ ଯଦି କ୍ରିକେଟ୍‌କୁ ଫେରିପାରିଲେ ମୁଁ କାହିଁକି ନୁହେଁ:ଶ୍ରୀସନ୍ଥ

ନୂଆଦିଲ୍ଲୀ: ଫିକ୍ସିଂ ଅଭିଯୋଗ ପରେ ମହମ୍ମଦ ଆଝାରୁଦ୍ଦିନ୍‌ ଯଦି କ୍ରିକେଟ୍‌କୁ ଫେରି ପାରିଲେ ସେ କାହିଁକି ଫେରିପାରିବେନି ବୋଲି ପ୍ରଶ୍ନ କରିଛନ୍ତି ଏସ୍‌ ଶ୍ରୀସନ୍ଥ। ବିସିସିଆଇ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ଅଭିଯୁକ୍ତ କ୍ରିକେଟର ଶ୍ରୀସନ୍ଥଙ୍କୁ ଆଜୀବନ କ୍ରିକେଟ୍‌ରୁ ବାସନ୍ଦ କରିବା ବିରୋଧରେ ସେ ଆଗତ କରିଥିବା ସୁପ୍ରିମ୍‌କୋର୍ଟ ଆବେଦନର ଶୁଣାଣିରେ ସେ ଏପରି ପକ୍ଷ ରଖିଛନ୍ତି।

ଶ୍ରସନ୍ଥଙ୍କ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ ସଲମାନ୍‌ ଖୁର୍ସିଦ୍ ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ କହିଛନ୍ତି, ଟ୍ରାଏଲ୍‌ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିସାରିଥିବାରୁ ତାଙ୍କ ଉପରୁ ଆଜୀବନ ବାସନ୍ଦ ଉଠିଯିବା ଉଚିତ ଏବଂ ଖେଳିବାପାଇଁ ସୁଯୋଗ ଦେବା ଉଚିତ।

ସେ ଆହୁରି ମଧ୍ୟ ଯୁକ୍ତି କରିଛନ୍ତି ଯେ, ସ୍ପଟ୍‌ ଫିକ୍ସିଂ ସହିତ ଜଡ଼ିତ ଅନ୍ୟମାନଙ୍କୁ ୩ରୁ ୫ ବର୍ଷ ଯାଏ ବାସନ୍ଦ କରାଯାଇଛି, କିନ୍ତୁ ଶ୍ରୀସନ୍ଥଙ୍କୁ ଆଜୀବନ ବାସନ୍ଦ କରାଯିବା ଯୁକ୍ତିଯୁକ୍ତ ନୁହେଁ।

ଏହି ଯୁକ୍ତି ଦର୍ଶାଇବା ଅବସରରେ ସେ କହିଛନ୍ତି, “ଆଜୀବନ ବାସନ୍ଦ ଅତ୍ୟଧିକ ହେଇଯାଉଛି। ତାଙ୍କୁ ଏବେ ମାତ୍ର ୩୫ ବର୍ଷ। ବାସନ୍ଦ ହୋଇଥିବାରୁ ସ୍ଥାନୀୟ କ୍ଲବ୍‌ କ୍ରିକେଟ୍‌ ମଧ୍ୟ ସେ ଖେଳିପାରୁନାହାନ୍ତି। ସେ ଖେଳିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଇଂଲଣ୍ଡରୁ ତାଙ୍କୁ ଅଫର ମଦୋୟ ଆସିଛି। କିନ୍ତୁ ଖେଳିବାକୁ ଅନୁମତି ନମିଳିଲେ ଏହି ଅଫର୍‌ ମଧ୍ୟ ବନ୍ଦ ହୋଇଯିବ।”

ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନାମରେ ମଧ୍ୟ ଏଭଳି ଅଭିଯୋଗ ଆସିବାପରେ ମଧ୍ୟ ସେ କ୍ରିକେଟ୍‌ ପ୍ରଶାସନକୁ ଫେରିବାପାଇଁ ଏବଂ ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ପଦରେ ଲଢ଼ିବାପାଇଁ ଅନୁମତି ମିଳିବାକୁ ନେଇ ମଧ୍ୟ ଖୁର୍ସିଦ୍‌ ପ୍ରଶ୍ନ ଠାଇଛନ୍ତି।



from Odisha Reporter https://ift.tt/2zN3RcG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages