ଦୁଇଥର ରାଷ୍ଟ୍ରପତି ହୋଇଥିଲେ, ନିଜ ଇଚ୍ଛାରେ ପଦବୀ ଛାଡିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଦୁଇଥର ରାଷ୍ଟ୍ରପତି ହୋଇଥିଲେ, ନିଜ ଇଚ୍ଛାରେ ପଦବୀ ଛାଡିଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ହେଉଛନ୍ତି ମହାନ୍‌ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ଆଉ ଏକମାତ୍ର ବ୍ୟକ୍ତି ଯେ ଦୁଇ ଦୁଇଥାର ଭାରତର ରାଷ୍ଟ୍ରପତି ହେବାର ଗୌରବ ହାସଲ କରିଥିଲେ। ଆମେ କହୁଛୁ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ କଥା। ୧୮୮୪ ଡିସେମ୍ବର ୩ରେ ସେ ବିହାରର ଜୀରାଦେଇରେ ମହାଦେବ ସହାୟ ଓ କମଳେଶ୍ୱରୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ।

ରାଜେନ୍ଦ୍ରଙ୍କ ଶିକ୍ଷା  ଛପରା ଜିଲ୍ଲା ସ୍କୁଲ୍‌ରୁ ଆରମ୍ଭ ହୋଇଥିଲା। ମାତ୍ର ୧୮ ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ପ୍ରବେଶ ପରୀକ୍ଷାରେ ପ୍ରଥମ ସ୍ଥାନ ପାସ୍‌ କରିଥିଲେ ଓ ପାଇଥିଲେ ୩୦ ଟଙ୍କାର ବୃତ୍ତି। ୧୯୧୫ ବର୍ଷରେ ସେ  ଆଇନ୍‌ରେ ମାଷ୍ଟର ଡିଗ୍ରୀ ହାସଲ୍‌ କରି ସେହି ଆଇନ୍‌ ପାଠରେ ହିଁ ସେ ଡକ୍ଟୋରେଟ୍‌  କରିଥିଲେ। ରାଜେନ୍ଦ୍ର ପ୍ରସାଦ ପାଠରେ ଖୁବ୍‌ ଭଲ ଥିଲେ। ତେଣୁ ତାଙ୍କ ପରୀକ୍ଷା ଖାତାକୁ ଦେଖି ଏଗ୍‌ଜାମିନର କହିଥିଲେ ‘The Examinee is better than Examiner’। ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ଏହି କଥା ହିଁ ତାଙ୍କୁ ଉଚ୍ଚାଭିଳାସୀ ହେବାକୁ ପ୍ରୋତ୍ସାହିତ କରିଥିଲା।

ମାତ୍ର ୧୩ ବର୍ଷ ବୟସରେ ସେ ରାଜବଂଶୀ ଦେବୀଙ୍କୁ ବିବାହ  କରିଥିଲେ। ରାଜେନ୍ଦ୍ର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କଠୁ ଖୁବ୍‌ ପ୍ରଭାବିତ ଥିଲେ।  ୧୯୩୧ରେ ‘ଲବଣ ସତ୍ୟାଗ୍ରହ’ ଓ ୧୯୪୨ର ‘ଭାରତ ଛଡ଼ା ଆନ୍ଦୋଳନରେ ସେ ନିଜକୁ ସାମିଲ କରିଥିଲେ।

ଦେଶ ସ୍ୱାଧିନ ହେବା ପରେ ଜାନୁଆରୀ ୨୬, ୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇଲା। ଆଉ ସେ ହେଲେ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି । ୧୯୫୭ରେ ସେ ପୁଣିଥରେ ରାଷ୍ଟ୍ରପତି ହୋଇଥିଲେ। ରାଜେନ୍ଦ୍ର ଏକମାତ୍ର ବ୍ୟକ୍ତି ଯାହାକୁ ୨ ଥର ଆଷ୍ଟ୍ରପତି ଭାବେ  ଚୟନ କରାଯାଇଥିଲା।  ୧୨ ବର୍ଷ ପର୍ଯ୍ୟନ୍ତ  ଏହି ପଦରେ ରହିବା ପରେ ୧୯୬୨ରେ ସ୍ୱତଃ ଏହି ପଦରୁ ହଟିଯାଇଥିଲେ।

ରାଷ୍ଟ୍ରପତି ପଦରୁ ହଟିଲା ପରେ  ରାଜେନ୍ଦ୍ର ପ୍ରସାଦକୁ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।



from Odisha Reporter https://ift.tt/2FTrHsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages