ଏଫ୍‌ଆଇଆର୍‌ ଦେବାକୁ ଯାଉଥିବା ବେଳେ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଏଫ୍‌ଆଇଆର୍‌ ଦେବାକୁ ଯାଉଥିବା ବେଳେ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୀତାପୁରଠାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ମହିଳା ନିଜ ସହ ବାରମ୍ବାର ହେଉଥିବା ଅସଦାଚରଣ ବିରୋଧରେ ପୁଲିସ୍‌ ନିକଟରେ ଅଭିଯୋଗ କରିବାକୁ ଯାଉଥିବା ବେଳେ ଅଧାବାଟରେ ତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅଟକାଇ ଜୀଅନ୍ତା ଜାଳି ଦେଇଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୬୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି।

ମହିଳାଙ୍କ ସହ ପ୍ରଥମେ ନଭେମ୍ବର ୨୯ରେ ଅସଦାଚାରଣ ହୋଇଥିଲା। ଏନେଇ ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ ନ ଶୁଣିବାରୁ ସେ ଶନିବାର ରାତିରେ ପୁଣି ପୁଲିସ୍‌ ନିକଟରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଯାଉଥିଲେ। କିନ୍ତୁ ଏକ ଆଖୁ କିଆରୀ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅଟକାଇବା ସହ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ମହିଳାଙ୍କ ଉପରେ କିରାସିନ ଢାଳି ଜୀଅନ୍ତା ଜାଳି ଦେଇଥିଲେ। ତେବେ ମହିଳାଙ୍କ କାନ୍ଦ ଶୁଣି କିଛି ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ସୀତାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଏହି ଘଟଣାରେ ତମବୋର ଏସ୍‌ଏଚ୍‌ଓ ଓମ ପ୍ରକାଶ ସରୋଜ ଓ ହେଡ୍‌ କନଷ୍ଟେବଲ୍‌ଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି।



from Odisha Reporter https://ift.tt/2KPeDTW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages