ବିଜେଡିରେ ମିଶିଲେ ଚକ୍ରଧର ପାଇକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ବିଜେଡିରେ ମିଶିଲେ ଚକ୍ରଧର ପାଇକ

chakradhar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ।

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି। ଏହାକୁ ସେ ଘର ବାହୁଡ଼ା ବୋଲି କହିଛନ୍ତି।

ଚକ୍ରଧର କହିଛନ୍ତି, ୧୯୭୪ ମସିହାରେ ଯେତେବେଳେ ବିଧାୟକ ଥିଲି, ସେତେବେଳେ ବିଜୁ ବାବୁଙ୍କ ପାର୍ଟିରେ ହିଁ ଥିଲି। ବିଜୁ ବାବୁଙ୍କ ପାଇଁ ପାର୍ଟିକୁ ଆସିଥିଲି ଓ ବିଧାୟକ ହୋଇଥିଲି। ତେଣୁ ଶେଷ ସମୟରେ ମୁଁ ବିଜୁ ଜନତା ଦଳରେ ଯୋଗ ଦେଇ ଗଜପତି ଜିଲ୍ଲାର ତଥା ମୋହନା ନିର୍ବାଚନ ମଣ୍ଡଳୀ ଲୋକଙ୍କ ସେବା କରିବାକୁ ଚାହୁଁଛି।

୨୦୧୯ରେ ନିର୍ବାଚନ ଲଢ଼ିବେ କି ନାହିଁ ପଚରାଯିବାରେ ସେ କହିଛନ୍ତି, ଏ ନେଇ ଦଳ ଯାହା ନିଷ୍ପତ୍ତି ନେବ, ତାକୁ ସେ ଗ୍ରହଣ କରିବେ। ସେ କୌଣସି ସର୍ତ୍ତ ରଖି ବିଜେଡିକୁ ଆସି ନାହାନ୍ତି। ଦଳ ଯେଉଁ ଦାୟିତ୍ୱ ଦେବ, ତାହା ସେ ଗ୍ରହଣ କରିବେ।

୨୦୧୪ରେ କଂଗ୍ରେସ ଟିକେଟ୍ ନଦେବା ପରଠାରୁ ସେ ଦଳ ଛାଡ଼ି ଦେଇଥିଲେ ବୋଲି କହିଛନ୍ତି।

ଚକ୍ରଧର ପାଇବ ୧୯୭୪ରେ ବିଜୁ ପଟ୍ଟନାୟକଙ୍କ ଦଳ ଉତ୍କଳ କଂଗ୍ରେସରୁ ରାମଗିରି ଆସନରୁ ଜିତି ବିଧାନସଭାକୁ ଆସିଥିଲେ। ୨୦୦୯ରେ ସେ କଂଗ୍ରେସ ଟିକେଟ୍‌ରେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଧାନସଭାକୁ ଆସିଥିଲେ। ୨୦୧୪ରେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇ ନଥିଲା। ତେଣୁ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ।



from Odisha Reporter https://ift.tt/2RBnoU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages