
ନୂଆଦିଲ୍ଲୀ: ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନ୍ଷ୍ଟାଇନ୍ଙ୍କ ଦ୍ୱାରା ଲିଖିତ ଏବଂ ‘ଭଗବାନ୍ଙ୍କ ପତ୍ର’ ନାଁରେ ପ୍ରସିଦ୍ଧ ଚିଠି ବିକ୍ରି ହୋଇଛି। ୨୦କୋଟି ୩୮ଲକ୍ଷ ଟଙ୍କାରେ ଏହି ଚିଠି ବିକ୍ରି କରାଯାଇଛି। ବୈଜ୍ଞାନିକ ଆଲ୍ବର୍ଟ ଆଇନ୍ଷ୍ଟାଇନ୍ ଇଶ୍ୱର ଏବଂ ଧର୍ମକୁ ନେଇ ଅନେକ ଗବେଷଣା କରୁଥିଲେ। ସେ ସବୁକୁ ଆଧାର କରି ଏହି ଚିଠି ଲେଖାଯାଇଥିଲା। ନିକଟରେ ଏହାକୁ ଆମେରିକାରେ ନିଲାମ କରାଯାଇଛି।
ଆଇନ୍ଷ୍ଟାଇନ୍ ମୃତ୍ୟୁର ବର୍ଷେ ପୂର୍ବରୁ ଏହି ଚିଠି ଲେଖିଥିଲେ। ପୂର୍ବରୁ ଏହି ଚିଠି ୧୦କୋଟି ୫୮ଲକ୍ଷରେ ବିକ୍ରି ହେବାର ଯୋଜନା ରଖା ଯାଇଥିଲା। ଦୁଇ ପୃଷ୍ଠା ସମ୍ବଳିତ ଏହି ଚିଠିକୁ ୧୯୫୪ ଜାନୁଆରୀ ୩ ତାରିଖରେ ଦାର୍ଶନିକ ଏରିକ୍ ଗୁଟକିଣ୍ଡଙ୍କୁ ଲେଖିଥିଲେ ଆଇନ୍ଷ୍ଟାଇନ୍।
ଏଥିରେ ସେ ଲେଖିଥିଲେ- “ମୋ ପାଇଁ ଭଗବାନ୍ର ଅର୍ଥ କିଛି ନୁହେଁ। ଏହା କେବଳ ମଣିଷର ଦୁର୍ବଳତା। ବାଇବେଲ୍ ଏକ ପୂଜନୀୟ ପୁସ୍ତକ। ଏଥିରେ ଅନେକ ପ୍ରାଚୀନ କିମ୍ବଦନ୍ତୀ ରହିଛି, ଯାହାର କୌଣସି ବାଖ୍ୟା ନାହିଁ, ନା ଅଛି ରହସ୍ୟର ଗୁରୁତ୍ୱ। ଯାହା ଆମ ବ୍ୟବହାରରେ ପରିବର୍ତ୍ତନ ଆଣିପାରିବ।”
from Odisha Reporter https://ift.tt/2zJPPZh
No comments:
Post a Comment