ବାହାଘରରେ ଝିଅର ଏହି ରୂପ ଦେଖି ଭାବପ୍ରବଣ ହେଲେ ମା’ ନିତା ଅମ୍ବାନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ବାହାଘରରେ ଝିଅର ଏହି ରୂପ ଦେଖି ଭାବପ୍ରବଣ ହେଲେ ମା’ ନିତା ଅମ୍ବାନି

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କର୍ପୋରେଟ ଦମ୍ପତ୍ତି। ଭାରତର ସବୁଠାରୁ ଧନି ଶିଳ୍ପପତି କୁହାଯାଉଥିବା ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନିଙ୍କ ବିବାହ ସମ୍ପନ୍ନ ହୋଇଛି। ଜୀବନସାଥୀ ହୋଇଛନ୍ତି ଇଶା ଏବଂ ଆନନ୍ଦ ପୀରାମଲ୍।  ବିବାହର ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଛି। ଇଶା ହ୍ୱାଇଟ୍‌ କଲରରେ ଲେହେଙ୍ଗା ପରିଧାନ କରିଥିବା ବେଳେ ଏଥିରେ ଗୋଲଡେନ୍‌ କଲରର କାରିଗରି ବେଶ୍ ଝଟକୁ ଥିଲା।

ବଧୂବେଶରେ  ରାଣୀ ଭଳି ଲାଗୁଥିଲେ ଇଶା। ଆଉ ବରବେଶରେ ରାଜକୁମାର ଭଳି ଲାଗୁଥିଲେ ଆନନ୍ଦ ପୀରାମଲ୍। ତେବେ ଉଭୟ ଉଭୟଙ୍କୁ ହାତ ଯୋଡ଼ି ନମଷ୍କାର କରୁଥିବାର ଦୃଶ୍ୟ ଖୁବ୍‌ ନିଆରା ଥିଲା। ଭାରତୀୟ ପରମ୍ପରା ଓ ସଂସ୍କୃତିର ଝଲକ ବାରି ହେଉଥିବା ଦୁହିଙ୍କର ଏହି ଯୋଡ଼ ହସ୍ତ ମୁଦ୍ରାକୁ ଦେଖି ନିତା ଅମ୍ବାନି ଭାବପ୍ରବଣ ହୋଇପଡ଼ିଥିଲେ।

ଯେଉଁ ଫଟୋ ଏବେ ଭାଇରଲ ହେବାରେ ଲାଗିଛି। ମୁମ୍ବାଇ ସ୍ଥିତ ମୁକେଶଙ୍କ ବାସଭବନ ଆଣ୍ଟିଲିଆରେ ଉଭୟଙ୍କ ବିବାହ ଅନୁଷ୍ଟିତ ହୋଇଛି। ଏଥିପାଇଁ ଆଣ୍ଟିଲିଆକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଏହି ଉତ୍ସବରେ ବହୁ ନାମୀଦାମୀ ସେଲିବ୍ରେଟି ଏବଂ ବଡ଼ ବଡ଼ ଷ୍ଟାରଙ୍କୁ ଦେଖିବାକୁ ମିଳିଛି। ଆମିର ଖାନ୍‌ ଓ ତାଙ୍କ ସ୍ତ୍ରୀ କିରନ ରାଓଙ୍କୁ ବାହାଘର ଉତ୍ସବରେ ଦେଖିବାକୁ ମିଳିଛି। ପୂର୍ବରୁ ରାଜସ୍ଥାନ ଉଦୟପୁରରେ ଅପ୍ରି-ୱେଡିଂ ସେରିମୋନି ହୋଇଥିଲା।



from Odisha Reporter https://ift.tt/2BeRXYK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages