ଦେଢ଼ ବର୍ଷର ଶିଶୁକୁ ଦାଦାର ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଦେଢ଼ ବର୍ଷର ଶିଶୁକୁ ଦାଦାର ଦୁଷ୍କର୍ମ

child

ଫୁଲବାଣୀ (ତ୍ରିନାଥ ସାହୁ): ଥମୁନି ଦୁଷ୍କର୍ମ ଘଟଣା। ଅନେକ ସଚେତନତା ସତ୍ତ୍ୱେ ଦିନକୁ ଦିନ ଏଭଳି ଘଟଣା ବଢ଼ିବାରେ ଲାଗିଛି। ପୁଣି ଏପରି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ।

ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଞ୍ଚଳର ଏକ ଦେଢ଼ ବର୍ଷର ଶିଶୁ କନ୍ୟାକୁ ତା’ର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଶିଶୁଟି ଅସୁସ୍ଥ ଥିବାରୁ ତାକୁ ପ୍ରଥମେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ ଫୁଲବାଣୀ ଡାକ୍ତରଖାନାକୁ ଅଣାଯାଇଛି।

ଶିଶୁକନ୍ୟାର ମାଆଙ୍କ କହିବା ଅନୁସାରେ, ଗତ ମଙ୍ଗଳବାର ରାତିରେ ତାଙ୍କ ଝିଅ ଘର ବାହାରେ ଖେଳୁଥିଲା। ଏହି ସମୟରେ ତାଙ୍କ ସମ୍ପର୍କୀୟ ଦିଅର ତାକୁ ଖେଳାଇବା ବାହାନାରେ ଜଙ୍ଗଲକୁ ନେଇଯାଇଥିଲା। ସେ ଝିଅକୁ ଆଉ ଘରକୁ ଆଣି ନଥିଲା। ରାତିସାରା ଝିଅକୁ ଚାରିଆଡ଼େ ଖୋଜାଖୋଜି କରି ବି ପାଇଲୁନି। ଏହା ପରେ ଆମ ଥାନାରେ ଅଭିଯୋଗ କରିଥିଲୁ। ହେଲେ ତା’ପର ଦିନ ସକାଳେ ସେ (ସମ୍ପର୍କୀୟ ଦିଅର) ନିଜେ ଆଣି ଝିଅକୁ ଘରେ ଛାଡ଼ିଥିଲା। ତେବେ ଝିଅର ସ୍ୱାସ୍ଥ୍ୟାବସ୍ଥା ଦେଖି ସନ୍ଦେହ ହୋଇଥିଲା। ତେଣୁ ଏହି ଘଟଣା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ କରାଯାଇଛି।



from Odisha Reporter https://ift.tt/2UBj6xY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages