ଥାନା ଶୌଚାଳୟରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଥାନା ଶୌଚାଳୟରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

house

ରାଉରକେଲା(ସତ୍ୟାନନ୍ଦ ମହାନ୍ତ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଶୌଚାଳୟରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଜୟ ଲାକ୍ରା। ତାଙ୍କ ଘର ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ରାଇକାକଚ୍ଛର ଗାଁରେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଜୟଙ୍କ ମୃତଦେହକୁ ରାଜଗାଙ୍ଗପୁର ଡାକ୍ତରଖାନାରେ ରଖାଯାଇଛି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓ ରେକର୍ଡିଂ କରାଯାଇ ଏହାର ବ୍ୟବଚ୍ଛେଦ କରାଯିବ।

ଏହି ଘଟଣାକୁ ନେଇ ଥାନା ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିବାରୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଜୟ ଲାକ୍ରା କୁନମୁର ପଞ୍ଚାୟତରେ ସହାୟକ ବ୍ୟାଙ୍କର ଏଜେଣ୍ଟ ଭାବେ କାମ କରୁଥିଲେ। ଲୋକଙ୍କ ଟଙ୍କା କଲେକ୍ସନ କରି ବ୍ୟାଙ୍କରେ ଜମା ନ କରିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ତିନି ଦିନ ହେଲା ଥାନାରେ ରଖି ପଚରାଉଚରା କରୁଥିଲା। ତେବେ ଗତକାଲି ସନ୍ଧ୍ୟାରେ ଜୟଙ୍କ ଝୁଲନ୍ତା ଶରୀର ଥାନା ଶୌଚାଳୟରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



from Odisha Reporter https://ift.tt/2KXSbrD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages